କାର ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

ଖୋର୍ଦ୍ଧା- ବଲାଙ୍ଗୀର  57 ନମ୍ବର ଜାତୀୟ ରାଜପଥ ର ମନମୁଣ୍ଡା ଥାନା ଚୌରୀଆ ପଦର ନିକଟରେ ଏକ କାର ଧକାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ମନ ମୁଣ୍ଡା ଥାନା ଚୌରୀଆ ପଦର ଗ୍ରାମର ଲିଙ୍ଗରାଜ ମେହେର ନିଜ ସାଇକେଲ ଯୋଗେ ଶନିବାର ସାପ୍ତାହିକ ବଜାରକୁ ପରିବା କିଣିବା ପାଇଁ ଆସୁଥିବା ବେଳେ ଚୌରୀଆ ପଦର ଓ ଦହ୍ୟା ସୀମାବର୍ତ୍ତୀ ପୋଖରୀ ନିକଟରେ ସମାନ ଦିଗରୁ ଆସୁଥିବା ଏକ କାର ଧକ୍କା ଦେଇ ଫେରାର ମାରିଥିଲା l ରାସ୍ତାରେ ଯାଉଥିବା ଅନ୍ୟ ଦୁଇଟି ସାଇକେଲ ଆରୋହୀଙ୍କୁ ମଧ୍ୟ ଧକ୍କା ଦେବାରୁ ସେମାନେ ମଧ୍ୟ ଆହତ ହୋଇଛନ୍ତି | ଧକ୍କା ଦେଇ କାରଟି ଫେରାର ମାରୁଥିବା ବେଳେ ବହିରା ନିକଟ ସଦେଇ ପୁର ଛକ ନିକଟରେ ଲୋକଙ୍କ ଦ୍ବାରା ଅଟକ ରହିଛି | ଧକ୍କା ଦେଇଥିବା ସାଇକଲକୁ ଘୋଷାଡ଼ି ଘୋଷାଡି କାରଟି 11 କିଲୋମିଟର ଦୂରକୁ ଧରି ଆସିଥିବା ଦେଖିବାକୁ ମିଳିଛି l ଖବର ପାଇ ପୋଲିସ କାରକୁ ଅଟକ ରଖିଥିବା ବେଳେ ଡ୍ରାଇଭର କୌଶଳ କ୍ରମେ ଫେରାର ମାରିଛି l ଦୁର୍ଘଟଣା ସ୍ଥଳରେ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି | ଫଳରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି |