ଗଞ୍ଜାମ ଜିଲ୍ଲା(ରଜନୀକାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଚାରୀମଇଲି ଛକ ନିକଟରେ ଆଜି ସନ୍ଧ୍ୟା ସମୟରେ ସାଇକେଲ କୁ ଧକା ଦେଲା ବାଇକ l ଫଳରେ ସାଇକେଲ ଆରୋହୀ କ୍ଷେତ୍ରବାସୀ ସାହୁ ଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଆରୋହୀ ଭେଟନଇ ଅଞ୍ଚଳର କାଳୁଚରଣ ସ୍ୱାଇଁ ଗୁରୁତର ହୋଇଛନ୍ତି l ଦୁର୍ଘଟଣା ପରେ ଉଭୟଙ୍କୁ ଚିକିତ୍ସା ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଯାଇଥିବା ବେଳେ ଡାକ୍ତର କ୍ଷେତ୍ରବାସୀ ଙ୍କୁ ମୃତ୍ୟୁ ଘୋଷଣା କରିଥିବା ସୂଚନାମିଳିଛି l ଅନ୍ୟପଟେ ଗୁରୁତର ବାଇକ ଆରୋହୀ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ତଦନ୍ତ ଆରମ୍ଭ କରିଛି l