କ୍ରିପ୍ଟୋ ଓ ବୋନାମୀ ୟୁପିଆଇ ମାଧ୍ୟମରେ ଚାଲିଛି କଳାଧନ କାରବାର

0

ଭୁବନେଶ୍ୱର: କଳାଧନ ଆୟ କରିବାର ନୂଆ ଉପାୟ ଆପଣେଇଛନ୍ତି ଲାଞ୍ଚୁଆ ମାନେ । ଏବେ ଆଉ ସିଧା ସଲଖ ନେଉ ନାହାନ୍ତି ଲାଞ୍ଚ । ନୂଆ ଉପାୟ ଅରମ୍ଭ କରିଛନ୍ତି ଲାଞ୍ଚ ନେବାର ଡିଜିଟାଲ ପେମେଣ୍ଟ ଓ ବେନାମୀ ୟୁପିଆଇ ମାଧ୍ୟମରେ ବେନାମୀ ଆକାଉଣ୍ଟକୁ ଟଙ୍କା ନେଉଛନ୍ତି। । ଏପରିକି ସେମାନେ ଅନ୍ୟମାନଙ୍କ ଡକ୍ୟୁମେଣ୍ଟ ଦେଇ ଏକାଧିକ ବୋନାମୀ ଆକାଣ୍ଟ ଖେଲୁଛନ୍ତି । ସେହି ଆକାଣ୍ଟ ମାଧ୍ୟମରେ କଳାଡଧନ କାରବାରେ ହେଉଛି । ସେହିପରି ଅନେକ ଲାଞ୍ଚୁଆ ଏବଂ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ କଳାଧନକୁ ଧରା ନ ପଡ଼ିବା ପାଇଁ କ୍ରିପ୍ଟୋ କରେନ୍ସି ଏବଂ ବିଟ୍ କଏନ୍ ମାଧ୍ୟମରେ ଟଙ୍କା ରଖୁଛନ୍ତି।

ଯାହାକୁ ଭିଜିଲାନ୍ସ ଅଧିକାରୀମାନେ ଧରିବା କଷ୍ଟକର ବ୍ୟାପାର ହୋଇଛି । କେବଳ ମେଲ ମାଧ୍ୟମରେ ବିଟ କଏନର ସମସ୍ତ ତଥ୍ୟ ଆସିଥାଏ । ଭିଜିଲାନ୍ସ ଟିମକୁ ସେହି ମେଲ ଆଇଡି ସମ୍ପର୍କରେ ତଥ୍ୟ ନ ମିଳିଲେ ଧରିବା କଷ୍ଟକର ହୋଇଥାଏ । ତେଣୁ ଏହା ଭିଜିଲାନ୍ସ ପାଇଁ ଏକ ଚ୍ୟଲେଞ୍ଜ ସୃଷ୍ଟି ହୋଇଛି । ଏହି ସବୁ ମାମଲାରେ ସାଇବର ଲିଙ୍କ୍ ରହୁଥିବାରୁ ଭିଜିଲାନ୍ସ ତାର ତଦନ୍ତ ୟୁନିଟ୍କୁ ସୁଦୁଢ଼ କରିଛି। ଦିଲ୍ଲୀ ଏବଂ ମୁମ୍ବାଇର ସାଇବର ଏକ୍ସପର୍ଟଙ୍କୁ ଓଡିଶାରେ ସାମିଲ କରାଯାଇଛି । ସାମିଲ କରାଯାଇ ସେମାନଙ୍କୁ ତାଲିମ ଦିଆଯାଉଛି । ଲାଞ୍ଚୁଆ ଅଧିକାରୀମାନଙ୍କୁ କୋର୍ଟରେ ଦଣ୍ଡିତ କରିବା ପାଇଁ ଡିଜିଟାଲ ପ୍ରମାଣ ଯୋଗାଡ଼ କରିବା ପାଇଁ ମଧ୍ୟ ପାଠ ପଢାଉଛନ୍ତି। ପ୍ରକାଶ ଥାଉ କି ଗତ ମାସକ ଭିତରେ ଭିଜିଲାନ୍ସ ହାତରେ ଧରାପଡ଼ିଲେଣି ୨୫ ଜଣ ସରକାରୀ ବାବୁ ଏବଂ ବାବୁଆଣୀ।