ବଢ଼ିଲା ‘ହିଟ୍ ଆଣ୍ଡ ରନ୍’ ମାମଲାର ଅଭିଯୁକ୍ତ ମିହିର ଶାହାଙ୍କ କଷ୍ଟଡି ଅବଧି

ମୁମ୍ବାଇ: ମୁମ୍ବାଇର ୱର୍ଲି ହିଟ୍‌ ଆଣ୍ଡ ରନ ମାମଲାର ମୁଖ୍ୟ ଅଭିଯୁକ୍ତ ମିହିର ଶାହଙ୍କୁ ଆଜି କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଜୁଲାଇ ୯ରେ ତାଙ୍କୁ ପୁଲିସ୍‌ ଗିରଫ କରିଥିଲା। ସେ ମଦ ନିଶାରେ ନିଜ ବିଏମଡବ୍ଲ୍ୟୁକୁ ଗୋଟିଏ ସ୍କୁଟି ଉପରେ ମଡ଼ାଇ ଦେଇଥିଲେ। ଏଥିଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ଆଜି କଷ୍ଟଡି ଅବଧି ଶେଷ ହେଉଥିବା ବେଳେ ତାଙ୍କୁ ପୁଲିସ ସେୱାରୀ କୋର୍ଟରେ ହାଜର କରାଇ କଷ୍ଟଡି ଅବଧି ବଢ଼ାଇବାକୁ ଆବେଦନ କରିଥିଲା। ପୁଲିସର ଆବେଦନ ପରେ କୋର୍ଟ ଏବେ ମିହିରଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିବା ଜଣାପଡ଼ିଛି। ତଦନ୍ତରେ ସାହାଯ୍ୟ କରୁନଥିବାର ଅଭିଯୋଗ କରି ପୁଲିସ ଅବଧି ବଢ଼ାଇବାକୁ ଅନୁରୋଧ କରିଥିଲା। ଏହା ପରେ କୋର୍ଟ ଉଭୟ ପକ୍ଷ ଶୁଣିବା ପରେ ମିହିରଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିବା ଜଣାପଡ଼ିଛି।