ବିନ୍ଦାସ ଘୁରି ବୁଲୁଛି କୁମ୍ଭୀର , ଜୀବନ ଏଭଳି ହେବା ଦରକାର

ଗାଁ ଦାଣ୍ଡରେ ଘୁରି ବୁଲୁଛି କୁମ୍ଭୀର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଏକ ଗାଁ ରେ । ଗାଁ ଭିତରକୁ ପଶି ଆସିଥିବା ଏକ କୁମ୍ଭୀରର ଭିଡିଓ ସୋସିଆଲ ମିଡିଆରେ ଡିମାଣ୍ଡ ପାଲଟିଯାଇଛି। ତେବେ ବନ ବିଭାଗ କୁମ୍ଭୀରଟିକୁ ଉଦ୍ଧାର କରାଯାଇ ନଦୀରେ ଛାଡି ଦିଆଯାଇଛି।

(କର୍ଣ୍ଣାଟକ) : ଗାଁ ଦାଣ୍ଡରେ ଘୁରି ବୁଲୁଛି କୁମ୍ଭୀର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଏକ ଗାଁ ରେ । ଗାଁ ଭିତରକୁ ପଶି ଆସିଥିବା ଏକ କୁମ୍ଭୀରର ଭିଡିଓ ସୋସିଆଲ ମିଡିଆରେ ଡିମାଣ୍ଡ ପାଲଟିଯାଇଛି। ତେବେ ବନ ବିଭାଗ କୁମ୍ଭୀରଟିକୁ ଉଦ୍ଧାର କରାଯାଇ ନଦୀରେ ଛାଡି ଦିଆଯାଇଛି।

ସୂଚନାନୁଯାୟୀ, କର୍ଣ୍ଣାଟକ ଦାନ୍ଦେଲିର କୋଗିଲବନ ଗାଁକୁ ଏକ କୁମ୍ଭୀର ପଶି ଆସିଥିଲା। କୁମ୍ଭୀରଟି ଗାଁ ଦାଣ୍ଡରେ ବୁଲୁଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଦେଖି ଭିଡିଓ ଉତ୍ତୋଳନ କରିଥିଲେ। ତେବେ କୁମ୍ଭୀରଟି ବୁଲୁଥିବା ବେଳର ଏକ ଭିଡିଓ ଭାଇରାଲ୍ ହେବାକୁ ଲାଗିଛି। ଏହି ଭିଡିଉକୁ ଲୋକମାନେ ଖୁବ୍ ପସନ୍ଦ କରିଛନ୍ତି। ଏପରିକି ବହୁ ଲୋକ ବହୁ ମଜାଦାର୍ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଏହି ପୋଷ୍ଟରେ କମେଣ୍ଟରେ ଲେଖିଛନ୍ତି ଯେ, ଜୀବନ କୁମ୍ଭୀର ଭଳି ହେବା ଦରକାର।