ଭୁବନେଶ୍ଵର: ବଦଳିଲା CPSE- ୨୦୨୪ର ତୃତୀୟ ପେପର ପରୀକ୍ଷା ସୂଚୀ । କମ୍ବାଇଣ୍ଡ ପୋଲିସ ସର୍ଭିସ ଏକ୍ଜାମିନେସନ୍ (CPSE)ର ତୃତୀୟ ପେପର ପରୀକ୍ଷା ଆସନ୍ତା ଅକ୍ଟୋବର ୪ରେ ହେବାକୁ ଥିବା ବେଳେ ଅକ୍ଟୋବର ୬କୁ ପରୀକ୍ଷା ଘୁଞ୍ଚିଥିବା ନେଇ ସୂଚନା ମିଳିଛି । ତୃତୀୟ ପେପର ଫିଜିକ୍ସ, କେମିଷ୍ଟ୍ରି ପରୀକ୍ଷା ଅକ୍ଟୋବର ୬ରେ ହେବ ।
ଅକ୍ଟୋବର ୬ ତାରିଖ ଦିନ ୧୦ଟାରୁ ଅପରାହ୍ନ ୧ଟା ଭିତରେ ହେବ ପରୀକ୍ଷା । ପୂଜା ଭସାଣ ଦୃଷ୍ଟିରୁ ପରୀକ୍ଷା ସୂଚୀ ପରିବର୍ତ୍ତନ ନେଇ OPRBର ସୂଚନା । ମାତ୍ର ଅକ୍ଟୋବର ୫ର ଦୁଇଟି ପେପର ପରୀକ୍ଷା ପୂର୍ବ ସୂଚୀରେ ହେବ ବୋଲି ସୂଚନା ଦେଇଛି OPRB ।