କୋଭିଡ୍ ଓ୍ବାଡରେ ଅଗ୍ନିକାଣ୍ଡ, ଜଣେ ମହିଳା ରୋଗୀ ମୃତ
ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅଚାନକ ଜଳିଗଲା ଏକ କରୋନା ଓ୍ବାର୍ଡ଼ ।
(କୋଲକତା) : ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅଚାନକ ଜଳିଗଲା ଏକ କରୋନା ଓ୍ବାର୍ଡ଼ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ବର୍ଦବାନରେ ଏକ ସରକାରୀ ଡାକ୍ତରଖାନାର । ଏହି ଅଗ୍ନିକାଣ୍ଡରେ ଜଣେ ୬୦ ବର୍ଷିୟା କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ , ଏହି ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଛି ବୋଲି ଡାକ୍ତରଖାନା ଅଧିକାରୀ କହିଛନ୍ତି । ପୀଡିତା ଜଣକ ଉକ୍ତ ଜିଲ୍ଲାର ବାସିନ୍ଦା ସନ୍ଧ୍ୟାରାଣୀ ମଣ୍ଡଳ ବୋଲି ଜଣାପଡିଛି । ନିଆଁ ତାରରୁ ଲାଗିଥାଇପାରେ ବୋଲି ଆଶଙ୍କା କରାଯାଉଛି ।