ସବୁ ଅପେକ୍ଷାର ଅନ୍ତ ଘଟିଲା । ଶେଷରେ ଦୋଷୀକୁ ଦଣ୍ଡ ମିଳିଲା, ହେଲେ ଜଣେ ବଳାକôାର ଏବଂ ହତ୍ୟାକାରୀକୁ ଏପରି ଦଣ୍ଡରେ ସନ୍ତୁଷ୍ଟ ନୁହଁନ୍ତି ଅନେକ । ଏପରିକି ପଶ୍ଚିମବଙ୍ଗ ସରକାର ମମତା ବାନାର୍ଜୀ ମଧ୍ୟ ସଞ୍ଜୟ ରାୟ ଦଣ୍ଡକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଗତ ବର୍ଷ ଅଗଷ୍ଟ ୯ ରେ କୋଲକାତାର ଆରଜି କର ହସ୍ପିଟାଲରେ ବଳାତ୍କାର ପରେ ଜଣେ ମହିଳା ଡାକ୍ତରଙ୍କୁ ହତ୍ୟା କରାଯାଇଥିଲା। ଦେଶକୁ ଚକିତ କରିଥିବା ଏହି ଘଟଣାର ପ୍ରାୟ ୧୬୨ ଦିନ ପରେ କୋର୍ଟ ସଞ୍ଜୟ ରୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସୋମବାର ଦିନ ସିଲଦା କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫୦ ହଜାର ଟଙ୍କା ଜୋରିମାନା ଲାଗୁ କରାଯାଇଛି। ମୃତକଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି। ଏହି ରାୟ ଦେବାବେଳେ କୋର୍ଟ କହିଛନ୍ତି ଯେ ଏହା ସାମାନ୍ୟ ଅପରାଧ ନୁହେଁ କିନ୍ତୁ କୋର୍ଟ ଏହାକୁ ବିରଳ ବୋଲି ବିବେଚନା କରିନାହାଁନ୍ତି।
କୋର୍ଟରେ ଅଭିଯୁକ୍ତ ସଞ୍ଜୟ ରାୟ ଏବଂ କୋର୍ଟର ଉତ୍ତର ସାମ୍ନାକୁ ଆସିଛି । ସିଆଲଦା କୋର୍ଟ ଅତିରିକ୍ତ ଜିଲ୍ଲା ତଥା ସେସନ୍ସ ଜଜ୍ ଅନିର୍ବାନ୍ ଦାସ କହିଛନ୍ତି ଯେ ଏହି ଅପରାଧ ବିରଳ ନୁହେଁ । ଯେଉଁଥିପାଇଁ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରେ। ସଞ୍ଜୟଙ୍କ ବିରୋଧରେ ଲାଗିଥିବା ସବୁ ଅପରାଧ ପ୍ରମାଣିତ ହୋଇସାରିଛି । ଏ ଘଟଣା କୌଣସି ସାଧାରଣ ଅପରାଧ ନୁହେଁ । ଏହା ଜଘନ୍ୟ ଅପରାଧ ଶ୍ରେଣୀରେ ଯାଉନାହିଁ । ସେଥିପାଇଁ ମୃତ୍ୟୁ ଦଣ୍ଡାଦେଶର ଆବଶ୍ୟକତା ନାହିଁ ।
ଦଣ୍ଡିତ ହେବା ପୂର୍ବରୁ ଦୋଷୀ ସଞ୍ଜୟ ରୟ କୋର୍ଟଙ୍କୁ କହିଛନ୍ତି ଯେ ମୁଁ ଏଥିରେ ସମ୍ପୃକ୍ତ ଅଛି। ମୁଁ କୈାଣସି ଅପରାଧ କରି ନାହିଁ। ତଥାପି ମୋତେ ଦୋଷୀ ସାବ୍ୟସ୍ତ କରାଯାଇଛି। ମୋତେ ଜେଲରେ ମାଡ଼ ଦିଆଯାଇଥିଲା। ମୁଁ କାଗଜପତ୍ରରେ ଦସ୍ତଖତ କରିବାକୁ ବାଧ୍ୟ ହେଲି ଜ୍ଝ ଦୋଷ ଗ୍ରହଣ କରିବାକୁ ମୋତେ ଚାପ ଦିଆଯାଉଛି ।
ମୁଁ ରୁଦ୍ରାକ୍ଷ ପିନ୍ଧିଥିଲି । ଯଦି ମୁଁ ଏହା କରିଥା’ନ୍ତି, ତେବେ ମୋର ରୁଦ୍ରାକ୍ଷ ଫାଟିଯାଇଥାନ୍ତା । ସେପଟେ ସିବିଆଇ କୋର୍ଟରେ କହିଛନ୍ତି, ସଞ୍ଜୟ ରୟ ଅପରାଧ ବିରଳ ଅଟେ। ଯଦି ଏହା କଠୋର ଦଣ୍ଡ ପାଇବ ନାହିଁ ତେବେ ସମାଜ ବିଶ୍ୱାସ ହରାଇବ ଜ୍ଝ ଏହା ଏକ ଛୋଟ ଅପରାଧ ନୁହେଁ । ମହିଳା ଡାକ୍ତରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।