ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଛି ଗଣନା; ଆଗରେ ଟିଏମସି

କୋଲକାତା: ଆଜି (ଜୁଲାଇ ୧୧) ହେଉଛି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଫଳାଫଳର ଦିନ ।  ଅନେକ ହିଂସା ଘଟଣା ମଧ୍ୟରେ ଜୁଲାଇ ୮ ଏବଂ ୧୦ ରେ ହୋଇଥିବା ଭୋଟ୍ ଗଣନା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟର ଗ୍ରାମାଞ୍ଚଳରେ ୭୩,୮୮୭ ସିଟ୍ ପାଇଁ ଭୋଟରମାନେ ଭୋଟ୍ ଦେଇଛନ୍ତି। ୮ ଜୁଲାଇରେ ଅନୁଷ୍ଠିତ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୬୧,୦୦୦ ରୁ ଅଧିକ ମତଦାନ କେନ୍ଦ୍ରରେ ବ୍ୟାପକ ହିଂସା ହୋଇଥିଲା। ହିଂସା ସମୟରେ ଅନେକ ସ୍ଥାନରେ ବାଲାଟ ବାକ୍ସ ଲୁଟ କରାଯାଇଥିଲା ଏବଂ ପୋଖରୀରେ ଫିଙ୍ଗି ଦିଆଯାଇଥିଲା । ଏହା ପରେ ସୋମବାର (ଜୁଲାଇ ୧୦) ରେ ସେହି ୧୯ ଟି ଜିଲ୍ଲାର ପ୍ରାୟ ୭୦୦ ମତଦାନ କେନ୍ଦ୍ରରେ ପୁନଃ ମତଦାନ ହୋଇଥିଲା ଯେଉଁଠାରେ ମତଦାନ ଅବୈଧ ଘୋଷଣା କରାଯାଇଥିଲା।
ରାଜ୍ୟ ନିର୍ବାଚନ ଆୟୋଗ (ଝଋଉ) ରବିବାର (ଜୁଲାଇ ୯) ସନ୍ଧ୍ୟାରେ ୬୯୬ ଟି ବୁଥରେ ପୁନଃ ମତଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ସୋମବାର ସକାଳ ୭ ଟାରୁ ପୁନଃ ମତଦାନ ଆରମ୍ଭ ହୋଇଥିଲା। ସୋମବାର କୌଣସି ବଡ଼ ଅଘଟଣ ଘଟଣାର ଖବର ନଥିଲା, କିନ୍ତୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସମୟରେ ହିଂସା ଘଟଣାରେ ୧୫ ଜଣ ପ୍ରାଣ ହରାଇଥିଲେ। କହିରଖୁଛୁ ଯେ, ସମସ୍ତ ଗଣନା କେନ୍ଦ୍ରରେ କେନ୍ଦ୍ରୀୟ ବାହିନୀ ନିୟୋଜିତ କରାଯାଇଛି, ସିସିଟିଭି କ୍ୟାମେରା ଉପରେ ନଜର ରଖାଯାଉଛି।
ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଗଣନା ଅନୁଯାୟୀ ଅପରାହ୍ନ ୨.୩୦ ପର୍ୟ୍ୟନ୍ତ ଟିଏମସି ୮୨୩୨ ଟି ସିଟ୍ ଜିତିଛି ଏବଂ ୨୭୧୨ ରେ ଆଗରେ ଅଛି, ବିଜେପି ୧୭୧୪ ଟି ସିଟ୍ ଜିତିଛି ଏବଂ ୭୩୪ ରେ ଆଗରେ ରହିଛି। କଂଗ୍ରେସ ୩୬୨ ଟି ଆସନ ଜିତି ୨୧୫ ରେ ଆଗୁଆ ରହିଛି।