ନୂଆଦିଲ୍ଲୀ: ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ L1 ପାଇଁ ଗଣନା ଆରମ୍ଭ ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ ISRO ଶୁକ୍ରବାର ଏହି ସୂଚନା ଦେଇଛି। ଏହାପୂର୍ବରୁ, ISRO ବୈଜ୍ଞାନିକମାନଙ୍କର ଏକ ଟିମ୍ ଆଦିତ୍ୟ- L1 ମିଶନର ମିନି ମଡେଲ୍ ସହିତ ତିରୁମାଲା ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ପ୍ରାର୍ଥନା କରିଥିଲେ।
ଭାରତର ପ୍ରଥମ ସୌର ମିଶନ ସେପ୍ଟେମ୍ବର ୨ ରେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ସ୍ପେସ୍ ସେଣ୍ଟରରୁ ସକାଳ ୧୧.୫୦ ରେ ଆରମ୍ଭ ହେବ। ଉତକ୍ଷେପଣ ପାଇଁ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ଓଝଜଙ ମୁଖ୍ୟ ସୋମନାଥ ଗୁରୁବାର ଦିନ ଚେନ୍ନାଇରେ କହିଛନ୍ତି ଯେ ରକେଟ୍ ଏବଂ ଉପଗ୍ରହ ପ୍ରସ୍ତୁତ। ଉତକ୍ଷେପଣ ପାଇଁ ଆମେ ଅଭ୍ୟାସ ସମାପ୍ତ କରିଛୁ। “
ମିଶନ୍ ଆଦିତ୍ୟ ଖ୧ କ’ଣ?
ଆଦିତ୍ୟ- L1 ମହାକାଶଯାନ ସୂର୍ୟ୍ୟଙ୍କ କକ୍ଷପଥକୁ ଦୂରରୁ ଦେଖିବା ଏବଂ L1 (ସୂର୍ୟ୍ୟ-ପୃଥିବୀ ଲାଗ୍ରାଙ୍ଗିଆନ୍ ପଏଣ୍ଟ) ରେ ସୌର ପବନକୁ ଅଧ୍ୟୟନ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହା ପୃଥିବୀଠାରୁ ୧.୫ ମିଲିୟନ୍ କିଲୋମିଟର ଦୂରରେ ଥିବା ସୂର୍ୟ୍ୟ-ପୃଥିବୀ ପ୍ରଣାଳୀର L1 ପଏଣ୍ଟର କକ୍ଷପଥରେ ରଖାଯିବ।
ଏହି ପଏଣ୍ଟର ବିଶେଷତ୍ୱ ହେଉଛି ଏଠାରେ ସୂର୍ୟ୍ୟ ଏବଂ ପୃଥିବୀର ମାଧ୍ୟାକର୍ଷଣ ନିରପେକ୍ଷ ରହିଥାଏ, ଯେଉଁ କାରଣରୁ ବସ୍ତୁଗୁଡ଼ିକ ଏହି ସ୍ଥାନରେ ରହିପାରନ୍ତି ।ଏହାକୁ ସୂର୍ୟ୍ୟ ଏବଂ ପୃଥିବୀର ପାର୍କିଂ ପଏଣ୍ଟ ମଧ୍ୟ କୁହାଯାଏ ।