ୟୁରୋପ, ଆମେରିକାରେ ବଢିଛି, ଭାରତରେ କମିଛି ଦୁର୍ନୀତି

ଗ୍ଲୋବାଲ୍ ଟ୍ରାନ୍ସପରେନ୍ସିର ରିପୋର୍ଟ ଅନୁଯାୟୀ, ୨୦୨୪ ତୁଳନାରେ ୨୦୨୫ରେ ଭାରତରେ ଦୁର୍ନୀତି ମାମଲାରେ ହ୍ରାସ ଘଟିଛି । ୨୦୨୫ରେ ଭାରତର ସ୍କୋର୍‌ରେ ଉନ୍ନତି ଘଟିଛି । ଦୁର୍ନୀତି ଦୃଷ୍ଟିରୁ ଏବେ ବିଶ୍ୱ ସ୍ତରରେ ୯୧ତମ ସ୍ଥାନରେ ରହିଛି  ଭାରତ। ଡେନମାର୍କ ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ସବୁଠାରୁ କମ ଦୁର୍ନୀତି ମାମଲା ରହିଛି। ଦକ୍ଷିଣ ସୁଦାନ ଓ ସୋମାଲିଆ ହେଉଛି ବିଶ୍ୱର ସବୁଠାରୁ ଦୁର୍ନୀତିଗ୍ରସ୍ତ ଦେଶ । ଗ୍ଲୋବାଲ୍ ଟ୍ରାନ୍ସପରେନ୍ସି ରିପୋର୍ଟରେ ୧୮୦ଦେଶକୁ ସାମିଲ କରାଯାଇଛି। ୟୁରୋପରେ ଜର୍ମାନୀର ସ୍କୋର୍‌ରେ ଉନ୍ନତି ଦୁର୍ନୀତି ସମ୍ପର୍କିତ ରିପୋର୍ଟରେ କେବଳ ସାତଟି ଦେଶ ୮୦ ରୁ ଅଧିକ ସ୍କୋର୍ କରିଥିବା ଦର୍ଶାଯାଇଛି। ୟୁରୋପୀୟ ଦେଶଗୁଡ଼ିକରେ ଦୁର୍ନୀତି ବ୍ୟାପିଛି। ବ୍ରିଟେନ, ଫ୍ରାନ୍ସ ଓ ଇଟାଲୀ ଭଳି ଦେଶଗୁଡ଼ିକର ସ୍କୋର୍ ହ୍ରାସ ପାଇଛି । କେବଳ ଜର୍ମାନୀରେ ଦୁର୍ନୀତି କମିଛି। ବ୍ରିଟେନ ଶ୍ରେଷ୍ଠ ୨୦ତାଲିକା ବାହାରେ ରହିଛି ।  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁର୍ନୀତିକୁ ମୂଳପୋଛ କରିବାକୁ ପ୍ରତିଶ୍ରୁତି ଦେଇଥିବା ସତ୍ତ୍ୱେ, ଆମେରିକାର ସ୍କୋର ମଧ୍ୟ ହ୍ରାସ ପାଇଛି । ଟ୍ରମ୍ପଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି ।

୨୦୨୪ ମସିହାରେ, ଦୁର୍ନୀତିରେ ଆମେରିକା ବିଶ୍ୱ ସ୍ତରରେ ୨୮ ତମ ସ୍ଥାନରେ ଥିଲା, ବର୍ତ୍ତମାନ ଏହା ୨୯ତମ ସ୍ଥାନକୁ ଖସି ଆସିଛି।ସମସ୍ତ ପଦକ୍ଷେପ ସତ୍ତ୍ୱେ, ଚୀନ୍‌ରେ ଦୁର୍ନୀତି ମାମଲା ହ୍ରାସ ପାଇନାହିଁ । ଚୀନ୍‌ର ସ୍କୋର୍ ଗତ ବର୍ଷ ଭଳି ସ୍କୋର୍ ୪୩ ରହିଛି। ଦୁର୍ନୀତି ଦୃଷ୍ଟିରୁ ଚୀନ୍‌ ୭୬ ତମ ସ୍ଥାନରେ ଅଛି । ଭାରତରେ ଦୁର୍ନୀତି ମାମଲା ହ୍ରାସ ପାଇଛି ୨୦୨୩ ମସିହାରେ, ଭାରତ ଦୁର୍ନୀତି ଦୃଷ୍ଟିରୁ ୯୩ତମ ସ୍ଥାନରେ ଥିଲା। ୨୦୨୪ ମସିହାରେ ଏହା ଗୋଟିଏ ପଏଣ୍ଟ ହ୍ରାସ ପାଇ ୯୧ତମ ସ୍ଥାନରେ ପହଞ୍ଚିଛି। ଭାରତର ସ୍କୋର୍ ୩୯ ରହିଛି ।  ସାମଗ୍ରିକ ଭାବରେ, ଗତ ତିନି ବର୍ଷ ମଧ୍ୟରେ ଦୁର୍ନୀତି ଉପରେ ଭାରତର ରାଙ୍କିଂରେ ଉନ୍ନତି ହୋଇଛି। ତଥାପି, ଏହି ଉନ୍ନତି କାହିଁକି ଓ କିପରି ହେଲା ସେ ବିଷୟରେ ବିବରଣୀ ପ୍ରଦାନ କରାଯାଇ ନାହିଁ ।  ଗ୍ଲୋବାଲ୍ ଟ୍ରାନ୍ସପରେନ୍ସି ଅନୁଯାୟୀ, ଏହି ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବା ପାଇଁ, ବିଶ୍ୱକୁ ନୀତିବାଦୀ ନେତା ଓ ଦୃଢ଼, ସ୍ୱାଧୀନ ଅନୁଷ୍ଠାନର ଆବଶ୍ୟକତା ଅଛି। ଯେଉଁମାନେ ସାର୍ବଜନୀନ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସଚ୍ଚୋଟତାର ସହିତ କାର୍ଯ୍ୟ କରିବେ ।