ମେ ୧୬ ରୁ ମେ ୩୦ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କଲେ ରାଜ୍ୟ ସରକାର
ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ବହୁତ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିଛି । ତେବେ ପ୍ରତିଦିନ ଲକ୍ଷ ଲକ୍ଷ ସଂକ୍ରମିତ ମାମଲା ସାମ୍ନାକୁ
(ଦିଲ୍ଲୀ) : ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ବହୁତ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିଛି । ତେବେ ପ୍ରତିଦିନ ଲକ୍ଷ ଲକ୍ଷ ସଂକ୍ରମିତ ମାମଲା ସାମ୍ନାକୁ ଆସିବା ପରେ ଦେଶର ମେରୁ ହାଡ଼ ଭାଙ୍ଗିପଡିଛି । ଦୈନିକ ମୃତ୍ୟୁ ସଂଖ୍ୟା ପ୍ରାୟ ଚାରି ହଜାର ଟପୁଛି । କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବଙ୍ଗଳାରେ ମେ ୧୬ ରୁ ମେ ୩୦ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି। ଛତିଶଗଡର ରାୟପୁରରେ ଆସନ୍ତା ୩୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଲକଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି। କିଛି ସର୍ତ୍ତ ସହିତ ଏହି ଲକଡାଉନ୍ ଲାଗୁ କରାଯାଇଛି ।
Chhattisgarh: Lockdown extended in Raipur district till 6 am of 31st May. The lockdown has been extended with conditions.
— ANI (@ANI) May 15, 2021
ସୂଚନାନୁସାରେ , କିଛି ସମୟ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଅସୀମ ବାନାର୍ଜୀଙ୍କ ଦେହାନ୍ତ ହୋଇଛି | ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ ହୋଇଛି | ସାନ ଭାଇ ଅସୀମଙ୍କ ମୃତ୍ୟୁ ଘଟଣାପରେ ମମତା ଓ ତାଙ୍କ ପରିବାରରେ ଶୋକାର ଛାୟା ଖେଳି ଯାଇଛି|