ରାଜ୍ୟରେ ଆଜି ୨୩୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ସଂକ୍ରମଣ ହ୍ରାସ ପାଉଛି । ଏହାରିମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୨୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧-୧୮ ବର୍ଷ ବୟସ ମଧ୍ୟରେ ୩୮ ଜଣ ଅଛନ୍ତି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମଣଙ୍କ ମଧ୍ୟରୁ ୧୩୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୯୬ ଜଣ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟ‌ରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୩୨୭୩୮୨ରେ ପହଞ୍ଚିିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୧୩୧୬୧୭୨ ଓ ଏବେ ବି ସକ୍ରିୟ ଅଛନ୍ତି ୧୯୮୨ ଜଣ।