ଉପରମୁହାଁ କରୋନା ଗ୍ରାଫ

ଭୁବନେଶ୍ୱର:ରାଜ୍ୟରେ ଉପରମୁହାଁ ହେବାରେ ଲାଗିଛି କରୋନା ଗ୍ରାଫ୍। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୭୦ ପଜିଟିଭ୍ । ଖୋର୍ଦ୍ଧାରେ ପଜିଟିଭ୍ କେସ୍ ୨୦୦ ପାର୍ କରିଛି। କ୍ରମାଗତ ତୃତୀୟ ଦିନରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଚାରି ଶହ ପାର କରିଛି ।୨୨୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୯୨ହଜାର ୪୧୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୧୨ଲକ୍ଷ ୮୦ହଜାର ୭୫୦ଜଣ।ସେହିପରି ଦେଶରେ କରୋନା ମହାମାରୀ ପୁଣି ବ୍ୟାପିବାରେ ଲାଗିଥିବା ବେଳେ ଆସିଛି ବଡ଼ ଖବର । ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ ଦେଶରୁ ଠାବ ହୋଇଛି । ଭାରତ ସହ ୧୦ଟି ଦେଶରେ ଏହି ନୂଆ ଭାରିଆଣ୍ଟ ଠାବ ହୋଇଥିବା ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଭାରିଆଣ୍ଟର ନାଁ ରହିଛି ବିଏ ୨.୭୫ ।