କରୋନା ପ୍ରଭାବ: ପଶ୍ଚିମବଙ୍ଗରେ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ୍‌

କୋଲକାତା ୭/୬: କରୋନା କାଳରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୂ ଦୃଷ୍ଟିରେ ରଖି ବିଭିନ୍ନ ପରୀକ୍ଷା ବାତିଲ କରୁଛନ୍ତି ସରକାର। ବହୁ ବିଚାର ବିମର୍ଶ ପରେ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ହୋଇଥିଲା। ଏହା ସହ ରାଜ୍ୟ ସରକାରଙ୍କୁ ନିଜ ରାଜ୍ୟରେ ପରୀକ୍ଷାକୁ ନେଇ ନିଷ୍ପତ୍ତି ନେବାକୁ କୁହାଯାଇଥିଲେ। ପରେ ପରେ ଅନେକ ରାଜ୍ୟ ଏବେ ଦ୍ବାଦଶ ଶ୍ରେଣୀ  ପରୀକ୍ଷା ରଦ୍ଦ କରିଥିବା ବେଳେ ଅନ୍ୟ କିଛି ରାଜ୍ୟ ଏହା ଉପରେ ଚିନ୍ତା କରୁଛନ୍ତି।

ଏହାରି ଭିତରେ ପଞ୍ଚିମବଙ୍ଗ ସରକାର ରାଜ୍ୟରେ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରିବାକୁ ଘୋଷଣା କରିଛନ୍ତି । ଓ୍ବେଷ୍ଟ ବେଙ୍ଗଲ୍‌ ବୋର୍ଡ ଅଫ ସେକେଣ୍ଡାରି ଏଜୁକେସନ୍‌ ପକ୍ଷରୁ ସୋମାବର ପ୍ରକଶ ପାଇଥିବା ବିଜ୍ଞପ୍ତି ଅନୁସାରେ କରୋନା ସଂକ୍ରମଣକୁ ନଜରରେ ରଖି ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ପରୀକ୍ଷା ବାତିଲ କରାଯାଇଛି।