ଭୁବନେଶ୍ୱର/ଆଦର୍ଶ ରାଉତ: ଭୁବନେଶ୍ୱର ମଞ୍ଚେଶ୍ୱରଶିଳ୍ପା ଳ ପରିସରରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ରର “ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗର ତୃତୀୟ ସମାବ ର୍ନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଦିନ ହୋଇଥିବା ଏହି କାର୍ୟ୍ୟକ୍ରମରେ ୨୦୨୩-୨୪ ବ୍ୟାଚରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । “ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ରହିଛି “ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା’ ଏବଂ “ହେୟାର ଫ୍ୟାସନ ଆଣ୍ଡ ଡିଜାଇନ୍’ ଭଳି ଅତ୍ୟାଧୁନିକ ପାଠ୍ୟକ୍ରମ । ସମାବର୍ତ୍ତନ ଉତ୍ସବ ଅବସରରେ ପ୍ରତ୍ୟେକ ଟ୍ରେଡରୁ ପ୍ରଥମ ତେି ନାଟି ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଥିଲା । “ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା’ଟ୍ରେଡର ଛାତ୍ରୀ ଅଞ୍ଜୁମ ଆର୍ ପରୱିନ ସ୍ୱର୍ଣ୍ଣ ପାଇଥିବା ବେଳେ ସୁସ୍ମିତା ନାଥ ରୌପ୍ୟ ଏବଂ ଏସ୍ ଗୌତମୀ ରାଓଙ୍କୁ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଛି । “ହେୟାର ଫ୍ୟାସନ ଆଣ୍ଡ ଡିଜାଇନ’ ଟ୍ରେଡରେ ଅମ୍ରିତା ବିଶ୍ୱାଳଙ୍କୁ ସ୍ୱର୍ଣ୍ଣ, ସି ଏଚ୍ କୀ ର୍ନିଆଙ୍କୁ ରୌପ୍ୟ ଏବଂ ବନଜ୍ୟୋତ୍ସ୍ନା ଆଇଚଙ୍କୁ ବ୍ରୋଞ୍ଜ ପଦକ ଦିଆଯାଇଛି । ସେହିପରି ଡମ୍ବରୁଧର ବାରିକଙ୍କୁ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗରେ ବେଷ୍ଟ ଟ୍ରେନି ଭାବେ ସମ୍ମାନିତ କରାଯାଇଛି । ଏହି କାର୍ୟ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସେ କହିଥିଲେ ଯେ, “କ୍ୟାରିୟରରେ ସଫଳତା ପାଇବାକୁ ହେଲେ ଲକ୍ଷ୍ୟ ଧାର୍ୟ୍ୟ କରିବା ସହିତ କଠିନ ପରିଶ୍ରମ କରିବାକୁ ହେବ ତେଣୁ ବିଶ୍ୱ ଦକ୍ଷତା କେନ୍ଦ୍ର ଭଳି ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ରରେ ତାଲିମ ନେଇ ବାହାରୁଥିବା ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ ବୋଲି ମୋର ଆଶା ରହିଛି ।”ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦାୟୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରତିଯୋଗିତାମୂଳକ ବଜାରରେ ନିଜର ଦକ୍ଷତା ପ୍ରଦର୍ଶନ କରି କିପରି ପ୍ରତିଷ୍ଠିତ ହେବେ ସେନେଇ ପରାମର୍ଶ ଦେଇଥିଲେ । ଏହି ସମାବ ର୍ନ ଉତ୍ସବରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଟି. ଥମ୍ବିରାଜା ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ୟ୍ୟକ୍ରମରେ ସ୍କୁଲ ଅଫ୍ ସର୍ଭିସେସ୍ର ନିର୍ଦ୍ଦେଶକ ଲିମ୍ ଲାଇ ସୁନ୍, ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗର ନିର୍ଦ୍ଦେଶକ ପିଚାଇନ୍ ଆନ୍ଥୋନିସାମି ପ୍ରମୁଖ ଯୋଗ ଦେଇଥିଲେ ।