ଉତ୍ତରପ୍ରଦେଶ:ଡକ୍ୟୁମେଣ୍ଟାରୀ ଫିଲମ ‘କାଳୀ’ର ପୋଷ୍ଟରକୁ ନେଇ ତେଜିଛି ବିବାଦ । ଧାର୍ମିକ ସ୍ୱାଧୀନତା ଆଳରେ ହିନ୍ଦୁ ଧର୍ମକୁ ଟାର୍ଗେଟ କରିବା ସହଜ ହୋଇଛି । ତେବେ ନିକଟରେ କାଳୀ ନାମକ ଏକ ଡକ୍ୟୁମେଂଟ୍ରିରେ ମା କାଳୀ ଭୂମିକା କରୁଥିବା ଅଭିନେତ୍ରୀଙ୍କ ଗୋଟିଏ ହାତରେ ସିଗାରେଟ ଓ ଅନ୍ୟ ହାତରେ ଏଲଜିବିଟିକ୍ୟୁର ପତାକା ରହିଛି । ତାଙ୍କ ଏପରି ରୁପକୁ ଦେଖି ଜୋର ଧରିଛି ଧାର୍ମିକ ବିବାଦ । ଏ ନେଇ ପୋଷ୍ଟରରେ ଥିବା ନିର୍ଦ୍ଦେଶିକା ଲିନା ମଣିମେକଲାଇଙ୍କୁ ଗିରଫ କରିବାକୁ ଦାବି ହୋଇଛି । ରିଲିଜ୍ ହୋଇଥିବା ପୋଷ୍ଟରରେ ଜଣେ ମହିଳା ମା’ କାଳୀଙ୍କଙ୍କ ପୋଷାକ ପିନ୍ଧିଛନ୍ତି । ସେ ସିଗାରେଟ ଟାଣୁଥିବାର ଦେଖାଯାଉଛି ।
ସେ ଗୋଟିଏ ହାତରେ ଏଲଜିବିଟି କମ୍ୟୁନିଟିର ପତାକା ଓ ଅନ୍ୟ ହାତରେ ତ୍ରିଶୂଳ ଧରିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ଏ ନେଇ ତୀବ୍ର ଆକ୍ରୋଶ ପ୍ରକାଶ ପାଇଛି । ଏହାର ନିର୍ମାତା ଲୀନା ମଣିମେକଲାଇଙ୍କ ବିରୋଧରେ ୟୁପି ପୋଲିସ ଅପରାଧୀକ ଷଡଯନ୍ତ୍ର, ପୂଜା ସ୍ଥଳୀରେ ଅପରାଧ ଓ ଜାଣିଶୁଣି ଧାର୍ମିକ ଭାବନାକୁ ଆଘାତ ଦେବା ସହ ଶାନ୍ତି ଭଙ୍ଗ କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି । ଦିଲ୍ଲୀ ପୋଲିସ ଆଇଏଫଏସଓ ୨୯୫ ଏ ଧାରାରେ ଏଫଆଇଆର ରୁଜୁ କରିଛି । ବିବାଦ ବଢ଼ିବା ପରେ ଲୀନା କହିଥିଲେ, ମୁଁ ଯେତେ ପର୍ଯ୍ୟନ୍ତ ଜୀବିତ ଅଛି କାହାକୁ ଡରିବିନି । ଆଉ ଯଦି ଏହା ବଦଳରେ ମୋତେ ମୋ ଜୀବନ ଦେବାକୁ ପଡିବ ସେଥିପାଇଁ ପ୍ରସ୍ତୁତ ଅଛି । ଏବେ କିନ୍ତୁ ତାଙ୍କ ସ୍ୱର ବଦଳିଛି ସେ ଲେଖିଛନ୍ତି ଆପଣ ଫିଲ୍ମ ଦେଖିବା ପରେ ମୋତେ ଗିରଫ କରିବା ବଦଳରେ ପ୍ରେମ କରିବେ ।