ବିବାଦୀୟ ଆଇଏଏସ ଅଧିକାରୀ ପୂଜା ଖେଡକର ନିଖୋଜ

ମୁମ୍ବାଇ: ବିବାଦୀୟ ଆଇଏଏସ ଅଧିକାରୀ ପୂଜା ଖେଡକର । ଗତ ୫ଦିନ ଧରି ନିଖୋଜ ଅଛନ୍ତି । ପୂଜା ଖେଡକର କେଉଁଠାରେ ଅଛନ୍ତି ସେ ବିଷୟରେ କାହାରିକୁ ଜଣାନଥିବା କୁହାଯାଉଛି । ଦିଲ୍ଲୀ ପୋଲିସର ଏଫଆଇଆର ପରେ ପୂଜା ଖେଡକର ନିଖୋଜ ଅଛନ୍ତି । ଜୁଲାଇ ୨୩ତାରିଖରେ , ପୂଜା ଖେଡକର ମୁସୁରୀର UPSC ତାଲିମ କେନ୍ଦ୍ରରେ ମଧ୍ୟ ପହଞ୍ଚି ନାହାନ୍ତି । ଡେଡ୍ ଲାଇନ ସରିଥିଲେ ସୁଦ୍ଧା ସେ ପ୍ରମାଣପତ୍ର ଦାଖଲ କରିପାରି ନାହାନ୍ତି ।
ଗତ ସପ୍ତାହରେ ଦିଲ୍ଲୀରେ ତାଙ୍କ ବିରୋଧରେ ଏକ ଅପରାଧିକ ମାମଲା ପଞ୍ଜୀକୃତ ହୋଇଥିଲା ଏବଂ ତତ୍ୟର ଭୁଲ ତଥ୍ୟ ଉପସ୍ଥାପନ କରାଯାଇଥିଲା । ୟୁନିଅନ ପବ୍ଲିକ ସର୍ଭିସ କମିଶନ ମଧ୍ୟ ୨୦୨୨ ପରୀକ୍ଷା ପାଇଁ ତାଙ୍କ ପ୍ରାର୍ଥୀପତ୍ର ବାତିଲ ସମ୍ପର୍କରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛି । ପୂଜା ଖେଡକରଙ୍କ ପିତାମାତାଙ୍କ ବୈବାହିକ ସ୍ଥିତି ସମ୍ପର୍କରେ ସୂଚନା ଦେବାକୁ ପୁଣେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଜାଲିଆତି ଅଭିଯୋଗରେ ମାମଲା ରୁଜୁ କରାଯିବା ସହ ତାଙ୍କର ଆଇଏଏସ ପଦ ରଦ୍ଦ କରାଯାଇ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।