ଯାଜପୁର-ଆଖଣ୍ଡଳମଣି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ଚିନ୍ତା ବଢାଇଲାଣି ବନ୍ୟାପାଣି । ବୈତରଣୀ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଭଦ୍ରକ ଆଖୁଆପଦା ଆନିକଟରେ ଵନ୍ୟାପାଣି ବୃଦ୍ଧି ପାଇବା ସହ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଫଳରେ ଭଣ୍ଡାରିପୋଖରୀ , ଧାମନଗର ଓ ଚାନ୍ଦବାଲିରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଦେଖା ଦେଇଛି। ବିଶେଷକରି ବୈତରଣୀ ନଦୀର ତଳମୁଣ୍ଡରେ ଅର୍ଥାତ୍ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଅଞ୍ଚଳରେ ଵନ୍ଯାପାଣି ବୃଦ୍ଧି ପାଇବାରେ ଲାଗିଥିବାରୁ ଵୋଡକ ନିକଟରେ କୁଆଖିଆ -ଆଖଣ୍ଡଳମଣି ୨୦ନମ୍ଵର ଜାତୀୟ ରାଜପଥ ବୁଡି ଦେଢଫୁଟ ଉଚ୍ଚରେ ଵନ୍ଯାପାଣି ପ୍ରବାହିତ ହେଉଥିବାରୁ ଯାତାୟତରେ ବାଧା ଉପୁଜିଛି। ଫଳରେ ଆସନ୍ତାକାଲି ସୋମବାର ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ଆସୁଥିବା କାଉଡ଼ିଆ ଭକ୍ତମାନେ ଵନ୍ଯାପାଣିରେ ପଶି ବିପଦପୂର୍ଣ୍ଣ ଭାବେ ଆସୁଥିଵା ଦେଖିବାକୁ ମିଳିଛି। ସେହିପରି ଅନେକ ଛୋଟବଡ ଗାଡି ମଧ୍ଯ ଵନ୍ଯାପାଣିରେ ପଶି ଆରଡି ଅଭିମୁଖେ ଆସୁଛି। ଏକପ୍ରକାର ନଦୀ, ପଥ, କ୍ଷେତ ସମ୍ପୂର୍ଣ ଜଳାର୍ଣ୍ଣବ ହୋଇଯାଇଛି। ଚାଷୀଙ୍କର ଚାଷ କ୍ଷେତରେ  ବନ୍ୟାପାଣି ମାଡୁ ଥିବାରୁ ଚାଷ ସମ୍ପୁର୍ଣ୍ଣ ଉଜୁଡିଯିଵ ବୋଲି ଚାଷୀ ପ୍ରକାଶ କରିଛନ୍ତି।