ଜୟଦେବ ଜେନାଙ୍କ ବଡ ବୟାନ : ୨୦୨୯ରେ ଏକାକୀ ଆସିବ କଂଗ୍ରେସ

ଭୁବନେଶ୍ୱର : ପୂର୍ବତ୍ତନ ପିସିସି ସଭାପତି ତଥା ଦଳର ଅନ୍ୟତମ ବରିଷ୍ଠ ନେତା ଜୟଦେବ ଜେନାଙ୍କ ବୟାନ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି । ସେ କହିଛନ୍ତି , କଂଗ୍ରେସ ରେ ସବୁକିଛି ଠିକଠାକ ଚାଲିଛି କୌଣସି କନ୍ଦଳ ନାହିଁ । କିନ୍ତୁ ନିକଟରେ ଦଳର ହେବିୱେଟ ତାର ବାହିନୀ ପାଟି ଓ ପଞ୍ଚାନନ କାନୁନଗୋ ଦଳ ପ୍ରତି ଅସନ୍ତୁଷ୍ଠ ଥିବା ବ୍ୟକ୍ତ କରିଥିଲେ । ଏହା ପରେ ଜୟଦେବ ଜେନା ଏଭଳି ପ୍ରତିକ୍ରିୟା ରଖିଛନ୍ତି । ଷ୍ଟିୟାରିଂ କମିଟି ନେତୃତ୍ୱ ନେବା ପରେ କଂଗ୍ରେସ ଭବନ ଚଳଚଞ୍ଚଳ ହୋଇଉଠିଛି । ନେତା ମାନେ ଦଳ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । କିଏ ହେବେ ଦଳର ନୂଆ ମୁଖିଆ ତାହା ଉପରେ ପରବର୍ତ୍ତୀ ଅବସ୍ଥାରେ ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବେ । ଏବେ ଷ୍ଟିୟରିଂ କମିଟି ବହୁତ ଆଗରେ ଅଛି ଏବଂ ଦଳର ଷ୍ଟିୟରିଂ ଧରି ଆଗକୁ ନେବା ବୋଲି କୁହାଯାଇଛି । ୨୦୨୯ରେ କଂଗ୍ରେସ ଏକମାତ୍ର ଦଳ ଭାବରେ ଉଭା ହେବ । ଏଥିରେ ଦୁଇ ଜଣ ପ୍ରଭାରୀ ଓ ବାର ଜଣ ସଦସ୍ୟ ରହି ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଯେତେ ଦିନ ପର୍ଯ୍ୟନ୍ତ ମୁଖିଆ ନିଯୁକ୍ତ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ଲାଗିପଡ଼ି କାମ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।