ଆଜି କଂଗ୍ରେସକୁ ମିଳିବ ନୂଆ ସଭାପତି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଆଜି ହେବାକୁ ଯାଉଛି  ଭୋଟ ଗଣତି  । ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ପରେ କଂଗ୍ରେସକୁ ଅଣ ଗାନ୍ଧୀ ପରିବାରରୁ ଅଧ୍ୟକ୍ଷ ମିଳିବାକୁ ଯାଉଛି  ।  ଏହି ନିର୍ବାଚନରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁର ମଧ୍ୟରେ ଲଢେଇ ଚାଳିଛି  । ଉଭୟଙ୍କ ମଧ୍ୟରୁ ଖଡଗେଙ୍ଗ ପଲ୍ଲା ବହୁତ ଭାରି ରହିଛି  । ସେମବାର ଦିନ ହୋଇଥିବା ମତଦାନରେ କଂଗ୍ରେସ ଦଳର ୯ ଶହ ୯୧୫ ଯୋଗ୍ୟ ନେତାଙ୍କ ମଧ୍ୟରୁ ୯୬% ନେତା ଭୋଟ ଦେଇଥିଲେ  ।

ତେବେ  ଆଜି ଦିଲ୍ଲୀର ମୁଖ୍ୟ କାର୍ଯ୍ୟାଳୟରେ  ଦେଶର ବିଭିନ୍ନ ସ୍ଥାନରୁ ବାଲାଟ୍ ବକ୍ସ ଆସି ପହଚିଂ ସାରିଛି  । ବୁଧବାର ସକାଳ ଦିନ ୧୦ ଟାରୁ ଭୋଟ ଗଣତି ଆରମ୍ଭ ହୋଇ ସାରିଛି  । ପ୍ରୟତଃ ଦିନ ତିନିଟା ସୁଦ୍ଧା ନୂଆ କଂଗ୍ରେସ ଅଧ୍ୟକ୍ଷଙ୍କ ନାମ ପ୍ରକାଶ ପାଇବ  ।ଯଦି ଏହି ନିର୍ବାଚନରେ ମଲ୍ଲିକାର୍ଜୁନ ଖଡଗେ ବିଜୟ ହେବେ ତେବେ ପୁଣି ଥରେ ପାଟିର ରିମୋର୍ଟ ଗାନ୍ଧି ପରିବାର ହାତକୁ ଚାଲିଯିବ ବୋଲି ବିରୋଧି ମତ ପ୍ରକାଶ କରିଛନ୍ତି  । ତେବେ  କଂଗ୍ରେସ ବିରୋଧୀ କରିଥିବା ଭବିଷ୍ୟତ ବାଣୀକୁ ଅସ୍ୱୀକାର କରିଛନ୍ତି  ।  ଦୁଇଜଣ  ଦକ୍ଷ ବ୍ୟକ୍ତିତ୍ୱ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି  । ଏହା ଏକ ମୁକ୍ତ ନିରପେକ୍ଷ ମତଦାନ ବୋଲି ଦଳର ସମ୍ପାଦକ ଜୟରାମ ରମେଶ ଏକ ଜାତୀୟ ଗଣମାଧ୍ୟମକୁ  କହିଛନ୍ତି  ।ତେବେ ଦେଖିବା ବାକି ରହିଲା କିଏ ନୂଆ ଅଧ୍ୟକ୍ଷ ଭାବେ ବାଜିମାତ କରୁଛନ୍ତି  ।