୨୮୪ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା କଂଗ୍ରେସ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦଳ, ଆଜି ସନ୍ଧ୍ୟାରେ ୨୮୪ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ରାଜ୍ୟରେ ମୋଟ ୨୯୪ଟି ବିଧାନସଭା ଆସନ ଅଛି। ଲୋକସଭା ନିର୍ବାଚନରେ ପରାଜିତ ହୋଇଥିବା ଅଧିର ରଞ୍ଜନ ଚୌଧୁରୀଙ୍କୁ ବାହାରମପୁରରୁ ପ୍ରାର୍ଥୀ କରାଯାଇଛି। ମୌସମ ନୁରଙ୍କୁ ମାଳତୀପୁରରୁ ଟିକେଟ ଦିଆଯାଇଛି।