ଭାରତ ଯୋଡୋ ଯାତ୍ରା ବନ୍ଦ କରିବେ ରାହୁଲ!

ନୂଆଦିଲ୍ଲୀ:ଭାରତ ଯୋଡୋ ଯାତ୍ରା ବନ୍ଦ କରିବେ ରାହୁଲ । କଂଗ୍ରେସର ବରିଷ୍ଠ ସାଂସଦ ଫ୍ରାନ୍ସିସ୍କୋ ସର୍ଦ୍ଦାର ଦଳର ନେତା ରାହୁଲ ଗାନ୍ଧିଙ୍କୁ ଭାରତ ଯୋଡୋ ଯାତ୍ର ବନ୍ଦ କରିବାକୁ ଅନୁରୋଧ କରିଛନ୍ତି । ଜାତୀୟ ଗଣମାଧ୍ୟମ ସହ କଥାବାର୍ତା ବେଳେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ଦ୍ଦାର ଭାରତ ଯୋଡୋ ଯାତ୍ର ବନ୍ଦ କରି ହିମାଚଳ ପ୍ରଦେଶ ଏବଂ ଗୁଜୁରାଟରେ ବିଧାନସଭା ଉପରେ ଫୋକସ୍ କରିବାକୁ କହିଛନ୍ତି ।

ସର୍ଦ୍ଦାର କହିଛନ୍ତି ଯେ କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏକି ବିଜେପିକୁ ପରାସ୍ତ କରିବାରେ ସକ୍ଷମ ହେବ । ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ , କଂଗ୍ରେସ ପାଇଁ ଭାରତ ଯୋଡୋ ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ସହ ଆମେ ମଧ୍ୟ ଚାହୁଁ ଯେ ଦଳ ତୃଣମୂଳ ସ୍ତରରେ ବୃଦ୍ଧି ହେଉ । ହେଲେ ବର୍ତମାନ ହିମାଚଳ ପ୍ରଦେଶ ଏବଂ ଗୁଜୁରାଟକୁ ଯାଆନ୍ତୁ । ବର୍ତମାନ ସେଠାରେ ନିର୍ବାଚନ ଅଛି । ସୂଚନାମୁତାବକ, ନଭେମ୍ବର ୧୨ ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଗୋଟିଏ ପର୍ଯାୟରେ ଅନୁଷ୍ଠିତ ହେବ ଏବଂ ଫଳାଫଳ ୮ ରେ ଘୋଷିତ ହେବ । ତେଣୁ ରାହୁଲଙ୍କୁ ବର୍ତମାନ ସେଠାରେ ଉପସ୍ଥିତ ରହିବା ଆବଶ୍ୟକ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ସାଂସଦ ଫ୍ରାନ୍ସିସ୍କୋ ସର୍ଦ୍ଦାର ।