ମହାରାଷ୍ଟ୍ର; ଆକ୍ସନ ମୋଡରେ କଂଗ୍ରେସ । ନିର୍ବାଚନ ପୂର୍ବରୁ ବଡ ନିଷ୍ପତ୍ତି ନେଇଛି କଂଗ୍ରେସ । ବିଦ୍ରୋହୀ ନେତାଙ୍କ ବିରୋଧରେ ନେଇଛି କାର୍ଯାନୁଷ୍ଠାନ । ଦଳ ବିରୋଧୀ କାର୍ଯ୍ୟ ପାଇଁ ୨୨ ବିଦ୍ରୋହୀ ନେତାଙ୍କୁ ବିଦା କରିଛି ଦଳ । ୬ ବର୍ଷ ପାଇଁ ଏହି ୨୨ ନେତାଙ୍କୁ ନିଲମ୍ବିତ କରାଯାଇଛି । ବହିଷ୍କାର ହୋଇଥିବା ୨୨ ନେତାଙ୍କ ମଧ୍ୟରେ ବହୁ ବଡ ବଡ ନେତାଙ୍କ ନାମ ରହିଛି । ଏଥିରେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ମୁଲକ, ୟାଜ୍ଞଭଲ୍କ ଜିଚକର, କମଲ ବ୍ୟବହାରେ, ମନୋଜ ସିନ୍ଦେ ସାମିଲ ଅଛନ୍ତି । ଅଖିଳ ଭାରତୀୟ କଂଗ୍ରେସ କମିଟି ପ୍ରଭାରୀ ରମେଶ ଚେନନ୍ନାଥାଲାଙ୍କ ନିର୍ଦ୍ଦେଶରେ ଏହି ଆକ୍ସନ ନିଆଯାଇଛି ।ଆସନ୍ତା ନଭେମ୍ଭର ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ଫଳାଫଳ ନଭେମ୍ବର ୨୩ରେ ପ୍ରକାଶ ପାଇବ । ଏହା ପୂର୍ବରୁ ବିଦ୍ରୋହୀ ନେତାମାନେ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା ଜଣାପଡିଛି । ସସପେଣ୍ଡ ୨୨ ନେତା ହେବାକୁ ଥିବା ବିଧାନସଭା ନିର୍ବାଚନରେ ମହା ବିକାଶ ଅଘାଡି ପ୍ରାର୍ଥୀଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଛନ୍ତି ।