୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଛି ନିର୍ବାଚନୀ ଇସ୍ତାହାର

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଛି ନିର୍ବାଚନୀ ଇସ୍ତାହାର। ନୂଆଦିଲ୍ଳୀ କଂଗ୍ରେସ କାର୍ଯ୍ୟାଳୟରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, କଂଗ୍ରେସ ନେତା ପି. ଚିଦାମ୍ବରମ, ସାଧାରଣ ସମ୍ପାଦକ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଲୋକସଭା ନିର୍ବାଚନ ପାଇଁ ଘୋଷଣା ପତ୍ର ଜାରି କରି ୨୫ ଗ୍ୟାରେଣ୍ଟି, ୫ନ୍ୟାୟ ପ୍ରତିଶ୍ରୁତି ଦେଇଛି ଦଳ। ଇସ୍ତାହାରରେ ପାଞ୍ଚଟି ନ୍ୟାୟ ଉପରେ ଗୁରୁତ୍ୱ ଦିଆଯାଇଛି। ଯୁବ ନ୍ୟାୟ, ନାରୀ ନ୍ୟାୟ, କିଷାନ ନ୍ୟାୟ, ଶ୍ରମିକ ନ୍ୟାୟ ଭାଗୀଦାରୀ ନ୍ୟାୟ।
ଇସ୍ତାହରରେ କଂଗ୍ରେସ ଯୁବକଙ୍କୁ ଚାକିରି ଗ୍ୟାରେଣ୍ଟି, ଗରିବ ମହିଳାଙ୍କୁ ବାର୍ଷିକ ୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ, କୃଷକଙ୍କ ଋଣ ଛାଡ, ୩୦ଲକ୍ଷ ସରକାରୀ ଚାକିରି, ୪୫୦ ଟଙ୍କାରେ ରୋଷେଇ ସିଲିଣ୍ଡର, ଚାକିରିରେ ୫୦% ମହିଳା ସଂରକ୍ଷଣ ସହ ଟ୍ୟାକ୍ସ ସୁଧାର ଉପରେ ଗୁରୁତ୍ୱ ଦିଆଯାଇଛି। ଏହାସହିତ ଶ୍ରମ ନ୍ୟାୟ ଆଧାରରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଅଧିକାର, ମନରେଗାରେ ଅନ୍ତର୍ଭୁକ୍ତ ଦୈନିକ ସର୍ବନିମ୍ନ ମଜୁରୀ ୪୦୦ ଟଙ୍କା ସୁନିଶ୍ଚିତ କରିବା ଏବଂ ସହରାଞ୍ଚଳରେ ରୋଜଗାରର ଗ୍ୟାରେଣ୍ଟି ଦେଇଛି କଂଗ୍ରେସ।