ଶରତ ଦେବ ହାଇସ୍କୁଲରେ କୃତିତ୍ବ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା (ଅଶ୍ଵିନୀ କୁମାର ସାହୁ ):ଏନଆରଟିଏସ,ଏନଏମଏମଏସ କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା। ଆଳି ବ୍ଲକ ଶରତ କୁମାର ଦେବ ହାଇସ୍କୁଲରେ ବିଭିନ୍ନ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଜି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ସରୋଜ କାନ୍ତ ବିହାରୀ, ସମ୍ମାନିତ ଅତିଥିଭାବେ ବନମାଳୀ ସେନାପତି, ସିଆରସିସି ହଳଧର ସାହୁ, ଶିକ୍ଷାବିତ୍ତ ପ୍ରମୋଦ ମଲ୍ଲିକ, ସଭାପତି ଭାବେ ଶରତ କୁମାର ଦେବ ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରମୋଦ ମଲ୍ଲିକ ଉପସ୍ଥିତ ଥିଲେ  । ଶିକ୍ଷକ ହୃଦାନନ୍ଦ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ବରିଷ୍ଠ ଶିକ୍ଷକ ଶିବ ପ୍ରସାଦ ସାହୁ ଉଦେଶ୍ୟ ଜ୍ଞାପନ ଓ ଶିକ୍ଷକ ଦଶରଥ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଆଳି ବ୍ଲକ ମାଟ୍ରିକ ଟପ୍ପର ଅଙ୍କିତା ସାହୁ ଓ ଅନ୍ୟ ୬ ଜଣ ଏ ୱାନ ଛାତ୍ରଛାତ୍ରୀଙ୍କ ସମେତ ଏନଆରଟିଏସ ପରୀକ୍ଷା ୬ଜଣ ଓଏନଏମଏମଏସ ପରୀକ୍ଷାରେ ୯ଜଣଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଭାରେ ରିତାଞ୍ଜଳୀ ପଣ୍ଡା, ସସ୍ମିତା ସାହୁ, ମଧୁସ୍ମିତା ସେଠୀ, ଅଜୟ ପରିଡା, ସିମି ନନ୍ଦ,ରୋଜାଲିନ ସାମନ୍ତରାୟ ଓ ତୁଳସୀ ଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ।