ହ୍ୱାଟ୍ସ ଆପ୍ ଉପରେ ଲାଗିଲା ଅଭିଯୋଗ; ନିଜ ୟୁଜର ମାନଙ୍କ ବ୍ୟକ୍ତିଗତ ଜୀବନ ଉପରେ ରଖୁଛି ନଜର

ନୂଆଦିଲ୍ଲୀ : ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ ନିଜ ୟୁଜରମାନଙ୍କ ବ୍ୟକ୍ତିଗତ ଜୀବନ ଉପରେ ନଜର ରଖିବା କଥା ଅଭିଯୋଗ ଆସିବାପରେ ଭାରତ ସରକାର ସତର୍କ ହୋଇଉଠିଛନ୍ତି । ଏହି ବିଷୟ ଉପରେ ତଦନ୍ତ କରାଯିବ ବୋଲି ସରକାର କହିଛନ୍ତି । ଏହି ଅଭିଯୋଗ ଆଣିଥିଲେ ଟ୍ୱିଟରର ଇଞ୍ଜିନିୟରିଂ ନିର୍ଦ୍ଦେଶକ ଫୋଡ ଡାବିରି । ତାଙ୍କ ଅଭିଯୋଗ ଅନୁସାରେସେ ଶୋଇଥିବାବେଳେ ହ୍ବାଟ୍ସଆପ୍ ତାଙ୍କ ସ୍ମାର୍ଟଫୋନର ମାଇକ୍ରୋଫୋନ ବ୍ୟବହାର କରୁଥିଲା । ସେ ସକାଳ ୬ଟାରେ ଉଠିବା ପରେ ଏହା ବିଷୟରେ ଜାଣିବାକୁ ପାଇଥିଲେ । ଏ ନେଇ ସେ ଏକ ଟୁଇଟ୍ କରିବା ପରେ ତାହା ଭାଇରାଲ ହୋଇଥିଲା । ଖୋଦ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହି ଟୁଇଟ୍ ର ଜବାବ ଦେଇ ଲେଖିଛନ୍ତି ଯେ ଏହା ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାର ତଦନ୍ତ କରାଯିବ ।