ବର୍ଷାରେ କ୍ଷତି ସହିଥିବା ସବୁ ଚାଷୀଙ୍କୁ ମିଳିବ କ୍ଷତିପୂରଣ

ଆସନ୍ତାକାଲି ସୁଦ୍ଧା ଅଦିନିଆ ବର୍ଷା କ୍ଷୟକ୍ଷତି ସହିଥିବା ସମସ୍ତ ଚାଷୀଙ୍କୁ ଆବେଦନ ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ । ବୀମା କରିଥିବା ଏବଂ ନକରିଥିବା ଚାଷୀ ସମସ୍ତଙ୍କୁ ମିଳିବ କ୍ଷତିପୂରଣ । ୩୦ ତାରିଖ ସୁଦ୍ଧା ସଂପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ ଆସିବ । ବୀମା କରିଥିବା ଚାଷି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆବେଦନ ପାଇଁବି ଅପିଲ କଲେ ମୁଖ୍ୟମନ୍ତ୍ରୀ । ବୀମା କରିଥିବା ଏବଂ ନ କରିଥିବା ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଡିବିଟି ଜରିଆରେ କ୍ଷତିପୂରଣ ଦିଆଯିବ ଜ୍ଝ ଜଣେ ବି କେହି ଯେମିତି ବଂଚିତ ନହୁଅନ୍ତୁ ସେଥିପ୍ରତି ଧ୍ୟାନ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୧ ଲକ୍ଷ ୨୬ ହଜାର ଚାଷୀ କ୍ଷୟକ୍ଷତି ଆବେଦନ କରିଛନ୍ତି । ଆସନ୍ତାକାଲି ସୁଦ୍ଧା ସମସ୍ତ ଚାଷୀ ଫସଲ କ୍ଷତି ନେଇ ଅଭିଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ । ଯେଉଁମାନେ ଅଭିଯୋଗ କରିବେ କୃଷି ବିଭାଗ ପକ୍ଷରୁ କୃଷି ରକ୍ଷକ ଆପ ଟୋଲ ଫ୍ରି ନମ୍ବର ୧୪୪୪୭ ରେ ଅଭିଯୋଗ କରିପାରିବେ ।