ଭୁବନେଶ୍ୱର: ମଦୁଆ ଓ ଅସାମାଜିକ ବ୍ୟକ୍ତିଙ୍କ ଉପରେ ପୋଲିସ ରଖୁଛି କଡ଼ା ନଜର । ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ମାର୍ଚ୍ଚପାଷ୍ଟ କରିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ଉପସ୍ଥିତିରେ ଏସିପି, ଆଇଆଇସି ଓ ୨ ପ୍ଲାଟୁନ ଫୋର୍ସ ଜେଲ ଛକ, ଗଣେଶ ମଣ୍ଡପ ଛକ, ଝାରପଡା, ସନ୍ତୋଷୀ ବିହାର ଓ କେନାଲ ରୋଡ଼ ଆଦି ସନ୍ଦିଗ୍ଧ ସ୍ଥାନ ବୁଲି ନଜର କରିଥିଲେ ।
ମୈତ୍ରୀ ବିହାର ଥାନା ଅଧୀନରେ ଅତିରିକ୍ତ ଡିସିପି ପ୍ରକାଶ ପାଲଙ୍କ ନେତୃତ୍ୱରେ ଗୋଟିଏ ପ୍ଲାଟୁନ ଫୋର୍ସ ସାଲିଆ ସାହି, ଆଦିବାସୀ ଗାଁ, ଏକାମ୍ର ବିହାର, ମହାବୀର ନଗର, ଟ୍ରାକ୍ଟର ପଡିଆ, ବାବା ତିଲକ ନଗର ଆଦି ସ୍ଥାନରେ ମାର୍ଚ୍ଚପାଷ୍ଟ କରିଥିଲା। ରାତି ସମୟରେ ଏହି ଚଢ଼ାଉ କରି ୭ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି ।
ସେଫ୍ ସିଟି ଡ୍ରାଇଭ ଅଧୀନରେ ନୀତିଦିନ ଏଭଳି ଚଢ଼ାଉ ଜାରି ରଖିଛି କମିଶନରେଟ ପୋଲିସର ବିଭିନ୍ନ ଥାନା ଓ ପିଓପିଡି ଟିମ । ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଆଗକୁ ଏଭଳି ଛଢାଉ ଜାରି ରହିବା ସହିତ ଚେକିଂ ଓ ବ୍ଲକିଂକୁ ମଧ୍ୟ କଡ଼ାକଡ଼ି କରାଯିବ ବୋଲି ଭୁବନେଶ୍ୱର ଡିସିପି ଶ୍ରୀ ସିଂ ସୂଚନା ଦେଇଛନ୍ତି ।