ଗାଡି ଚାଳକଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେଲା କମିସନରେଟ ପୋଲିସ

ବାରମ୍ବାର ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବା ଗାଡି ଚାଳକଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେଲା କମିସନରେଟ ପୋଲିସ । ରେଜିଷ୍ଟ୍ରେସନ ସାର୍ଟିଫିକେଟ ଏବଂ ଫିଟନେସ ସାର୍ଟିଫିକେଟ କ୍ୟାନସଲ ପାଇଁ ପରିଵହନ ବିଭାଗ କୁ ଜଣାଇଲା କମିସନରେଟ ପୋଲିସ । ପ୍ରଥମ ପର୍ୟ୍ୟାୟରେ ୨୫୮ଜଣ ଉଲଙ୍ଘନ କାରିଙ୍କୁ ଚିନ୍ହଟ କରିଛି ପୋଲିସ । କଟକ ଏବଂ ଭୁବନେଶ୍ୱର ରେ ଉଲଙ୍ଘନ କାରିଙ୍କୁ ଚିନ୍ହଟ କରାଯାଇଛି ।