କମିଶନରେଟ ପୁଲିସ ଜାଲରେ କାର କାଚ ଭଙ୍ଗା ଲୁଟେରା

ଭୁବନେଶ୍ୱର: କମିଶନରେଟ ପୋଲିସ ଜାଲରେ କାର କାଚ ଭଙ୍ଗା ଲୁଟେରା। କିଛିଦିନ ତଳେ ପୁରୁଣା ବସଷ୍ଟାଣ୍ଡରେ କାଚ ଭାଙ୍ଗି ଟଙ୍କା, ସୁନା ମୋବାଇଲ ଲୁଟିଥିଲେ। ଲୁଟେରା ଗ୍ୟାଙ୍ଗର ୩ ଜଣଙ୍କୁ କାବୁ କରି ପଚରାଉଚରା। ଖାରବେଳନଗର, ରସୁଲଗଡ଼, ସହିଦନଗର ଓ କ୍ୟାପିଟାଲ ଥାନା ଅଞ୍ଚଳରୁ ଲୁଟୁଥିଲେ। ଗ୍ୟାଙ୍ଗର ଅନ୍ୟମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି। ଲୁଟ ସାମଗ୍ରୀ ଜବତ କରିଛି କମିଶନରେଟ ପୋଲିସ । ସୂଚନା ଥାଉକି ପୁରୁଣା ବସଷ୍ଟାଣ୍ଡରେ କାର କାଚ ଭାଙ୍ଗି ନଗଦ ୪୦ ହଜାର ଟଙ୍କା ଓ ସୁନା ଗହଣା ଲୁଟି ନେଇଥିଲେ ଲୁଟେରା । ଯାହା ପରେ ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ଛାନଭିନ ଆରମ୍ଭ କରିଥିଲା । ଆଜି ୩ ଜଣଙ୍କୁ କାବୁ କରାଯାଇଛି ।