କମିଲା କର୍ମସିଆଲ ଏଲପିଜି ସିଲିଣ୍ଡର ଦାମ

ନୂଆଦିଲ୍ଲୀ: ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି । କମିଲା କର୍ମସିଆଲ ଏଲପିଜି ସିଲିଣ୍ଡର ଦାମ । ଆଜି ଦିଲ୍ଲୀରେ ସିଲିଣ୍ଡର ୩୦ ଟଙ୍କା ଶସ୍ତା ହୋଇଛି । ଦିଲ୍ଲୀରେ ୧୬୭୬ ଟଙ୍କାରେ ମିଳୁଥିବା ସିଲିଣ୍ଡର ଏବେ ୧୬୪୬ ଟଙ୍କାରେ ଗ୍ରାହକଙ୍କୁ ମିଳିବ । କୋଲକାତା ଏବଂ ମୁମ୍ବାଇ, ଚେନ୍ନାଇରେ ୩୧ଟଙ୍କା କମ ହୋଇଛି । ମୁମ୍ବାଇରେ ୧୯ କେଜି କର୍ମସିଆଲ ସିଲିଣ୍ଡର ଦାମ ୧୬୨୯ ପରିବର୍ତ୍ତେ ୧୫୯୮ ଟଙ୍କାରେ ମିଳିବ । ସେହିପରି ଚେନ୍ନାଇରେ ୧୮୦୯.୫୦ ପଇସାରେ ମିଳିବ । ଏଲପିଜି ଗ୍ୟାସର ମୂଲ୍ୟରେ ଏହି ପରିବର୍ତ୍ତନ କେବଳ କର୍ମସିଆଲ ସିଲିଣ୍ଡରରେ ହୋଇଛି । ଘରୋଇ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ।