ଭୁବନେଶ୍ଵର: ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ । ସାଙ୍ଗରେ ଅଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ତେବେ ଏହି ଗସ୍ତ ଅବସରରେ ଦିଲ୍ଲୀରେ କେନ୍ଦ୍ର ନେତୃତ୍ୱଙ୍କୁ ଭେଟି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ । ଖାସ୍ କରି ରାଜ୍ୟରେ ଖାଲି ପଡିଥିବା ମନ୍ତ୍ରୀ ପଦ ଏବଂ ବିଭିନ୍ନ ନିଗମ ଓ ବୋର୍ଡର ଅଧ୍ୟକ୍ଷ ପୂରଣ ଉପରେ ଆଲୋଚନା ହୋଇପାରେ । ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଥିଲେ। ଯେଉଁଠାରେ କେନ୍ଦ୍ରୀୟ ନେତାଙ୍କ ସହ ଏହି ସବୁ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ଆଉ ଏବେ ପୁଣି ଥରେ ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ତେବେ ରାଜ୍ୟ କ୍ୟାବିନେଟ୍ରେ ୫ ମନ୍ତ୍ରୀ ପଦ ସହ ବିଭିନ୍ନ ନିଗମ ଓ ବୋର୍ଡମାନଙ୍କର ଅଧ୍ୟକ୍ଷ ପଦ ଏଯାବତ୍ ଖାଲି ପଡିଛି । ଯାହାକୁ ପୂରଣ ନେଇ ରାଜ୍ୟ ବିଜେପିର ଚର୍ଚ୍ଚା ଓ ଆଲୋଚନା ମଧ୍ୟ ଚାଲିଛି । ତେବେ ଦଳରେ ଆଶାୟୀଙ୍କ ତାଲିକା ଅଧିକ ଥିବାରୁ ବିଜେପିକୁ ନାନା ଅସୁବିଧାର ସାମ୍ନା କରିବାକୁ ପଡୁଛି । ଏହି ଗସ୍ତ ସମୟରେ ଅଛିଣ୍ଡା ରହିଥିବା ଏହି ଅଙ୍କର ସମାଧାନ ହେବ ବୋଲି ଚର୍ଚ୍ଚା ହେଉଛି ।