ଘଟଗାଁ ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଡିପିଆର ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

ଓଡ଼ିଆ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଘଟଗାଁ ତାରିଣୀ ମନ୍ଦିର ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମା’ ତାରିଣୀଙ୍କ ଦର୍ଶନ କରି ମନ୍ଦିର ପାଇଁ ୨୧୫ କୋଟିର ଡିପିଆର୍‌ ଘୋଷଣା କରିଛନ୍ତି। ମନ୍ଦିରର ଉନ୍ନତି ନିମନ୍ତେ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।


ସେପଟେ ମା’ଙ୍କ ପୀଠରେ ପାଳିତ ହେଉଛି ୮୯ ତମ ଚଇତି ପର୍ବ । ମା’ଙ୍କର ଏହି ପର୍ବକୁଆଡମ୍ବର ସହ ୭ ଦିନ ଧରି ପାଳନ କରାଯାଇଥାଏ । ମହାବିଷୁବ ପଣାସଂକ୍ରାନ୍ତି ଦିନଟି ଚଇତି ପର୍ବର ମୂଖ୍ୟ ଦିନ ଭାବେ ପାଳନ କରାଯାଇଥାଏ। ଏହି ଦିନରେ ମା’ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଥାନ୍ତି । ବିଶ୍ୱାସ ରହିଛି ପଣାସଂକ୍ରାନ୍ତିରେ ମା’ଙ୍କ ଦର୍ଶନ ଲାଭ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏଥିପାଇଁ ଘଟଗାଁ ପୀଠରେ ମା’ଙ୍କୁ ଦର୍ଶନ କରିବା ପାଇଁ ଛୁଟି ଆସନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କୁ ମାଗଣାରେ ଅନ୍ନପ୍ରସାଦ ଓ ପଣା ବଣ୍ଟନର ବ୍ୟବସ୍ଥା କରାଯାଇଛି ।