ପ୍ରବଳ ବର୍ଷା : ମାଟି ତଳେ ପୋତି ହୋଇଗଲା ଟ୍ରକ୍
ରବିବାର ଜମ୍ମୁକଶ୍ମୀର ପୁଞ୍ଛ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
(ଶ୍ରୀନଗର) : ରବିବାର ଜମ୍ମୁକଶ୍ମୀର ପୁଞ୍ଛ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମଣ୍ଡି ସହରରେ ବର୍ଷା ଯୋଗୁ ମାଟି ଧସି ଯାଇଛି। ଫଳରେ ମାଟି ତଳେ ଅନେକ ଦୋକାନ ବଜାର ପୋତି ହୋଇଯାଇଛି। ସବୁଠାରୁ ବଡ଼ କଥା ହେଉଛି ମାଟି ତଳେ ଏକ ଟ୍ରକ୍ ମଧ୍ୟ ପୋତି ହୋଇଯାଇଛି । ଫଳରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।
ଦୁର୍ଘଟଣା ସମୟରେ ଦୋକାନରେ କେହି ଉପସ୍ଥିତ ନଥିଲେ। ସେଫଟେ ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଏଥିସହିତ ପୁଞ୍ଚ-ମାଣ୍ଡି ରାସ୍ତା ଉପରକୁ କାଦୁଆ ଓ ମାଟି ଧସିଆସିବା ହେତୁ ଅନେକ ଗାଡି ଅଟକି ରହିଥିଲା। ପରେ ସେଗୁଡିକୁ ରାସ୍ତାରୁ ସଫା କରାଯାଇଛି।
ସୂଚନାନୁଯାୟୀ , ତେବେ ଘଟଣା ସ୍ଥଳରେ ପୋଲିସ , ସେନା, ବିଏସଏଫ ଏବଂ ବହୁ ସଂଖ୍ୟକ ଲୋକ ପହଞ୍ଚିଥିଲେ। ଚାରିଟି ଜେସିବି ମେସିନ୍ ଲଗାଇ ପରେ ପ୍ରାୟ ଦେଢ଼ ଘଣ୍ଟା ପରିଶ୍ରମ ପରେ ଆବର୍ଜନାଗୁଡ଼ିକୁ ବାହାର କରାଯାଇଥିଲା। ଅଳିଆ ଗଦାରେ ପୋତି ହୋଇଯାଇଥିବା ଟ୍ରକ ଡ୍ରାଇଭରକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।