ଗଜପତି / ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇ ଯାଇଛି ।ଏହି କାର୍ୟ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ହୋଇ ଯାଇଛି। ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପରେ ଭକ୍ତି ସଙ୍ଗୀତ ସାଂସଦ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ସ୍ୱାଗତ ସଙ୍ଗୀତଗାନ କରାଯିବା ପରେ ଚନ୍ଦ୍ର ଶେଖର ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥିମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର , ଡଃ ପ୍ରଣୀନ୍ଦ୍ର ଭୂଷଣ ନନ୍ଦ, ଅର୍ଚ୍ଚନା ମଙ୍ଗରାଜ, ଆଲୋଚକ ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଡକ୍ଟର ବୈରାଗୀ ଚରଣ ପଟ୍ଟନାୟକ, ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ ତ୍ରିପାଠୀ ଯୋଗଦେଇଥିଲେ । ଅତିଥି ମାନେ ଶାସ୍ତ୍ରୀୟ ଭାଷା ଓ ଶାସ୍ତ୍ରୀୟ ଓଡ଼ିଆ ଭାଷା ସମ୍ପର୍କରେ ଆଲୋଚନା କରିଥିଲେ ।ଏହି ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରବନ୍ଧ ଲିଖନ, ସୁଦ୍ଧଲିଖନ ଓ ତର୍କ ପ୍ରତିଯୋଗିତା ହୋଇଥିଲା। ଏଥିରେ କୃତ କାର୍ଯ୍ୟ ହୋଇଥବବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରଯାଇଥିଲା। ସର୍ବ ଶେଷରେ ପ୍ରଫେସର ବିଘ୍ନେଶ୍ୱର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସକ୍ରିୟ ଅଂଶଗ୍ରହଣ କରି କାର୍ୟ୍ୟକ୍ରମକୁ ସଫଳ କରିବା ସହ ସହଯୋଗ କରିଥିଲେ ।