ନୂଆଦିଲ୍ଲୀ :ଗୋଆର ସିରଗାଓଁରେ ଅଭାବନୀୟ ଘଟଣା । ଧାର୍ମିକ ଯାତ୍ରାରେ ଦଳାଚକଟାରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ଘଟଣା ବିଷୟରେ ସୂଚନା ପାଇଁ ପୋଲିସ ଏବଂ ଜରୁରୀକାଳୀନ ସେବା ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣା ସୂଚନା ପାଇ ଗୋଆ ମୁଖ୍ୟମନ୍ତ୍ରୀ ଆହତମାନଙ୍କୁ ଭେଟିବା ପାଇଁ ଡାକ୍ତରଖାନାରେ ପହଞ୍ଚିଛନ୍ତି । ତେବେ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ତେବେ ଭିଡ଼ ଅଧିକ ହେବା କାରଣରୁ ଉଚିତ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏଭଳି ଅଘଟଣ ଘଟିଛି । ମନ୍ଦିରରେ ଏହି ଯାତ୍ରା ଶୁକ୍ରବାର ଆରମ୍ଭ ହୋଇଥିଲା । ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଯାତ୍ରା ଦେଖିବାକୁ ଭକ୍ତଙ୍କ ସମାଗମ ବଢିବାକୁ ଦଳାଚକଟା ଭଳି ପରିସ୍ଥିତି ଉପୁଜିଛି ।