ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ: ଶୃତି ଶର୍ମା ଆଇଏଏସ୍ ଟପ୍ପର

ଭୁବନେଶ୍ୱର: ପ୍ରକାଶ ପାଇଲା ସିଭିଲ ସର୍ଭିସ ପରୀକ୍ଷା ଫଳ । ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ୬୮୫ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଭାରତୀୟ ପ୍ରାଶାସନିକ ସେବାରେ ୧୮୦ ଜଣ ଆଇଏସ(IAS), ୨୦୦ ଜଣ ଆଇପିଏସ(IPS), ୩୭ ଜଣ ଆଇଏଫଏସ(IFS) ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି ।

ତେବେ ସିଭିଲ ସର୍ଭିସ ପରୀକ୍ଷାର ପ୍ରଥମ ଚାରୋଟି ସ୍ଥାନରେ ଝିଅମାନେ ବାଜିମାତ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ଶୃତି ଶର୍ମା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଅଙ୍କିତା ଅଗ୍ରୱାଲ୍ ୨ୟ, ଜାମିନୀ ସିଙ୍ଗଲା ୩ୟ  ଓ ଐଶ୍ବର୍ଯ୍ୟା ବର୍ମା ୪ର୍ଥ ସ୍ଥାନରେ ଅଛନ୍ତି। ସେହିପରି ଓଡ଼ିଶାର ୫୨ ନମ୍ବର ରାଙ୍କରେ ଅଙ୍କୁର ଦାଶ, ୬୩ ନମ୍ବର ରାଙ୍କରେ କାର୍ତ୍ତିକ ପାଣିଗ୍ରାହୀ ରହିଥିବା ବେଳେ ୮୬ ନମ୍ବରରେ ରାଉରକେଲାର ଗୌରବ ଅଗ୍ରୱାଲ ସ୍ଥାନ ପାଇଛନ୍ତି । ୫୧୩ ନମ୍ବର ରାଙ୍କରେ ମାନସ ରଞ୍ଜନ ସାହୁ, ୨୭୩ ରାଙ୍କରେ ସମୀର କୁମାର ଜେନା, ୧୯୯ ନମ୍ବର ରାଙ୍କରେ ପୂଜା ସାହୁ, ୧୧୬ ନମ୍ବର ରାଙ୍କରେ ସମ୍ଭାବୀ ମିଶ୍ର, ୨୩୨ ରାଙ୍କରେ ବିଶ୍ବ ବିଶୃତ ତ୍ରିପାଠୀ, ୨୭୩ ରାଙ୍କରେ ସମୀର କୁମାର ଜେନା, ୩୦୬ ରାଙ୍କରେ ସୌମ୍ୟ ରଞ୍ଜନ ପ୍ରଧାନ ୩୭୬ ରାଙ୍କରେ ହର୍ଷିତ ମେହେର ରହିଛନ୍ତି।