ମୁମ୍ବାଇ: ମିସ୍ ଇଣ୍ଡିଆ-୨୦୨୨ର ଟାଇଟେଲ ଜିତିଲେ ସିନ୍ନି ସେଟ୍ଟୀ । ମୁମ୍ବାଇରେ ଆୟୋଜିତ ଏହି ଇଭେଣ୍ଟରେ ଟାଇଟଲ ଜିତିଛନ୍ତି କର୍ଣ୍ଣାଟକର ସିନ୍ନି ସେଟ୍ଟୀ । ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ୩୧ ସୁନ୍ଦରୀ। ତେବେ ସେମାନଙ୍କୁ ପଛରେ ପକାଇ ୨୦୨୨ ମିସ୍ ଇଣ୍ଡିଆ ମୁକୁଟ ଜିତିଛନ୍ତି ସିନ୍ନି । ସିନ୍ନି ଏବେ ଚାର୍ଟାର୍ଡ ଫାଇନାନସିଆଲ ଆନାଲିଷ୍ଟ କୋର୍ସ କରୁଛନ୍ତି ।
ଏହି ଗ୍ରାଣ୍ଡ ଇଭେଣ୍ଟରେ ବଲିଉଡ୍ ସେଲିବ୍ରିଟି କୀର୍ତ୍ତି ସାନନ୍, ମଲାଇକା ଆରୋରା, ନେହା ଧୁପିଆ, ମନିଷ ପଲ୍, ରାଜକୁମାର ରାଓ ପ୍ରମୁଖ ସାମିଲ ହୋଇଥିଲେ । ଏହି ଶୋ’ ହୋଷ୍ଟ କରିଥିଲେ ଜଣାଶୁଣା ଆଙ୍କର ମନିଷ ପଲ୍ । ୨୧ ବର୍ଷୀୟ ସିନ୍ନିଙ୍କୁ ମୁକୁଟ ପିନ୍ଧାଇଥିଲେ ପୂର୍ବତନ ମିସ୍ ଇଣ୍ଡିଆ ମନସା ବାରଣାସି । ରାଜସ୍ଥାନର ରୁବଲ ଶେଖାଓ୍ୱତ ଫାଷ୍ଟ ରନର୍ସଅପ୍ ଟାଇଟଲ ଜିତିଥିବା ବେଳେ ୟୁପିର ସିନାତା ଚୌହାନ ସେକେଣ୍ଡ ରନର୍ସଅପ ଟାଇଟଲ ହାତେଇଛନ୍ତି ।