ମାଓ ହମଲାରେ  ସହିଦ ଯବାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ

0

ନୂଆଦିଲ୍ଲୀ : ଛତିଶଗଡ ବିଜାପୁର ମାଓ ହମଲାରେ  ଯବାନ ସହିଦ ଘଟଣା । ନଦୀ ଭିତରେ ଖୋଜା ଚାଲିଛି  ।  ବିଜାପୁର ଅମ୍ବେଲି ଗାଁ ନିକଟରେ  ଘଟିଥିବା ବିସ୍ଫୋରଣରେ  ତୀବ୍ରତା ଏତେ ଭୟଙ୍କର ଥିଲା ଯେ  ୮ ଜଣ ଯବାନ ସହିଦ ହୋଇଥିଲେ । ଏବଂ  ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ  ସହିଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏବଂ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।  ରଷ୍ଟ୍ରୀୟ ମଯ୍ୟଦା ସହିତ ଶେଷକୃତ୍ୟ ସମ୍ପଣ୍ଣ କରାଯିବ । ଗୃହମନ୍ତ୍ରୀ  ଅମିତଶାହ ମଧ୍ୟ କହିଥିଲେ  ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି । ସହିଦ ହୋଇଛନ୍ତି ୮ ଯବାନ , ଗାଡି ଡ୍ରାଇଭରଙ୍କ ଏଯାଏଁ କୌଣସି ପତ୍ତା ମିଳିନାହିଁ । ଗୋଟିଏ ପଟେ ଯବାନଙ୍କ ପାଇଁ ଶୋକର ଛାୟା ଅନ୍ୟପଟେ ଗତକାଲି ବିସ୍ଫୋରଣର ଘଟଣା ଛାତିକୁ ଦୋହଲାଇ ଦେଇଛି ।