ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ରାଉସ ଆଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି । ସେ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିବା କୁହାଯାଉଛି । କୋର୍ଟରେ ସେ ଶାରୀରିକ ଭାବେ ଉପସ୍ଥିତ ରହିପାରିବେ ନାହିଁ ବୋଲି ତାଙ୍କ ଓକିଲ କୋର୍ଟଙ୍କୁ କହିଥିଲେ । ଏବେ କୋର୍ଟ ଏହି ମାମଲାରେ ଶୁଣାଣଇ ଆସନ୍ତା ୧୬ ତାରିଖରେ ହେବ । ଇଡି ତାଙ୍କୁ ୧୭ ଫେବୃଆରୀରେ ହାଜର ହେବାକୁ ଆଦେଶ ଦେଇଥିଲା । କୋର୍ଟ ଶୁଣାଣି ସମୟରେ କେଜ୍ରିୱାଲ କହିଛନ୍ତି ଯୋ, ଆଗାମୀ ଶୁଣାଣି ସମୟରେ ସେ ଉପସ୍ଥିତ ରହିବେ । ତେବେ ଶାରୀରିକ ଭାବେ ଅନୁପସ୍ଥିତ ରହିବା ପାଇଁ ପୂର୍ବରୁ ନିବେଦନ କରିଥିଲେ କ୍ରେଜିୱାଲ । ଏହାପରେ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ । ତେବେ କୋର୍ଟରେ କାହିଁକି ଉପସ୍ଥିତ ରହିବେ ନାହିଁ, ତାହା ମଧ୍ୟ ଜଣାଇଥିଲେ । ଦିଲ୍ଲୀ ସରକାରଙ୍କ ବଜେଟ ଏବଂ ଆସ୍ଥା ଭୋଟ ଯୋଗୁଁ ସେ କୋର୍ଟରେ ଉପସ୍ଥିତ ରହିପାରିବେ ନାହିଁ ବୋଲି କହିଥିଲେ । ତେବେ କ୍ରେଜିୱାଲଙ୍କ ଏଭଳି କଥାକୁ ଇଡି ବିରୋଧ କରିଛି । କେଜ୍ରିୱାଲଙ୍କୁ ୫ପଏଣ୍ଟ ଆଧାରରେ ପ୍ରଶ୍ନ ପଚରାଯାଉ ବୋଲି କୋର୍ଟଙ୍କୁ ନିବେଦନ କରିଛି ଇଡି ।
ସୂଚନା ଅନୁଯାୟୀ, ଦିଲ୍ଲୀ ଅବକାରୀ ନିତି ଘୋଟାଲା ମାମଲାରେ ଇଡି ଏପର୍ଯ୍ୟନ୍ତ ୫ଥର କେଜ୍ରିୱାଲଙ୍କୁ ସମନ କରିସାରିଛି । ତେବେ ୫ ଥର ମଧ୍ୟରେ କେଜ୍ରିୱାଲା କେବେ ବି ହାଜର ହୋଇନଥିଲେ । ତେବେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଛନ୍ତି ।