ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା । ନୂଆପଡ଼ାରେ ମୋଟ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି । ମତଦାନ କେନ୍ଦ୍ର ୩୦୨ରୁ ୩୫୮କୁ ବୃଦ୍ଧି କରାଯାଇଛି । ସହରାଞ୍ଚଳରେ ୩୬ ଓ ଗ୍ରାମାଞ୍ଚଳରେ ୩୨୨ ମତଦାନ କେନ୍ଦ୍ର । ନିର୍ବାଚନ ମଣ୍ଡଳୀରେ ୫୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଛି । ସେପ୍ଟେମ୍ବର ୧୫କୁ ଯୋଗ୍ୟତା ତାରିଖ ଭାବେ ରଖି ଚିଠା ଭୋଟର ତାଲିକା ପ୍ରସ୍ତୁତ । ରାଜନୈତିକ ଦଳମାନଙ୍କୁ ଚିଠା ଭୋଟର ତାଲିକା ଉପଲବ୍ଧ କରାଯାଇଛି ।

ତେବେ ନୂଆପଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଭାରତ ନିର୍ବାଚନ ଆୟୋଗ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ଜନପ୍ରତିନିଧିତ୍ୱ ଆଇନ ୧୯୫୦ର ଧାରା ୨୧ ଅନୁଯାୟୀ ଏକ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୧୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ସମୟସୀମା ରହିଛି । ଅକ୍ଟୋବର ୭ ତାରିଖରେ ଦାବି ଓ ଆପତ୍ତି ନିଷ୍ପତ୍ତି ସରିବ । ଅକ୍ଟୋବର ୯ରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ ।