ଛତିଶଗଡ ଆଇଏଏସ ରାନୁ ସାହୁଙ୍କୁ ଗିରଫ କଲା ଇଡି

ନୁଆଦିଲ୍ଲୀ: ଛତିଶଗଡ ଆଇଏଏସ ରାନୁ ସାହୁଙ୍କୁ ଶୁକ୍ରବାର ଦିନ ଇଡି ଗିରଫ କରିଛିା ୧୮ଟି ସ୍ଥାନରେ ଚାଉଳ ଦୁର୍ନିତି ମାମଲାରେ ତାଙ୍କୁ ଗିରଫ କରାଯାଇଥିବା କୁହାଯାଇଛିା ଇଡି ପକ୍ଷରୁ ତାଙ୍କୁ ରାୟପୁର ସ୍ୱତନ୍ତ୍ର କୋର୍ଟରେ ଚାଲଣ କରାଯାଇଛିା ଇଡି ପକ୍ଷରୁ ଏହି ବିଷୟରେ କୌଣସି ବୟାନ ଜାରିକରାଯାଇ ନାହିାଁରାନୁ ସାହୁଙ୍କ ବ୍ୟତିତ କଂଗ୍ରେସ ନେତା ରାମଗୋପାଳ ଅଗ୍ରୱାଲଙ୍କ ଘରେ ମଧ୍ୟ ଚଢ଼ଉ କରିଥିଲା ଇଡିା ଏହି ଅପରେସନରେ ଇଡି ଟିମକୁ ସିଆଇଏସଏଫ ଯବାନମାନେ ସାହାଯ୍ୟ କରୁଛନ୍ତି ।

ଶୁକ୍ରବାର ଇଡି ରାୟପୁର ଦେବେନ୍ଦ୍ର ନଗରରେ ଥିବା ଅଗ୍ରୱାଲ, ରାନୁ ସାହୁଙ୍କ  ଓ କୋରବା ମ୍ୟୁନିସିପାଲିଟି କମିଶନର ପ୍ରଭାକର ପାଣ୍ଡେଙ୍କ ବାସଭବନରେ ଚଢାଉ କରିଥଲ।। ଚଢାଉ ସମୟରେ ସିଆଇଏସଏଫ ଯବାନମାନେ ଘରର ମୁଖ୍ୟ କବାଟ ତାଲା ବନ୍ଦକରି କାହାକୁ ଘର ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ ।

ଜୁଲାଇ ୧୮ତାରିଖରେ ସୁପ୍ରିମ୍ କୋର୍ଟ ଇଡିକୁ ୨ହଜାର କୋଟି ଟଙ୍କାର ମଦ ଦୁର୍ନୀତିର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଛତିଶଗଡ଼ରେ ବେଆଇନ କୋଇଲା ସଂଗ୍ରହ ଦୁର୍ନୀତି ରେ ୫୧.୪୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା।