ରସଗୋଲା ଦିବସରେ ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମରେ ସୁସାଦୁ ମିଠା ବଣ୍ଟନ କରିଲେ ‘ଛପନଭୋଗ’ 

ଭୁବନେଶ୍ୱର: କେବଳ ଓଡ଼ିଶାରେ ନୁହେଁ ବରଂ କର୍ଣ୍ଣାଟକର ବାଙ୍ଗାଲୋରରେ ମଧ୍ୟ ପାଳିତ ହୋଇଛି ରସାଗୋଲା ଦିବସ । ଓଡ଼ିଶାର ମିଠା ଗୁଡ଼ିକ ଭିତରେ ରସଗୋଲା ଅନ୍ୟତମ । ତେବେ ପ୍ରତିବର୍ଷ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ଦିନ ରସୋଗଲା ଦିବସ ପାଳନ କରାଯାଇଥାଏ । ରସଗୋଲାକୁ ବିଶ୍ୱରେ ପରିଚିତ କରାଇବା ପାଇଁ ଏହି ଦିବସ ପାଳନ କରାଯାଇଥାଏ । ଏବେ ବାଙ୍ଗାଲୋରରେ ମଧ୍ୟ ପାଳନ ହୋଇଥିବାର ଦେଖିବାକୁ ମିଳିଛି । ବାଙ୍ଗାଲୋର ସହରର ଅଗ୍ରଣୀ ମିଠା ନିର୍ମାତା ଛପନ୍ ଭୋଗ ମଙ୍ଗଳବାର ରସଗୋଲା ଦିବସ ପାଳନ କରିଛନ୍ତି । ଛପନ ଭୋଗ ବାଙ୍ଗଲୋରର ଏକ ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମକୁ ଯାଇ ବିଭିନ୍ନ ପ୍ରକାରର ସୁସାଦୁ ମିଠା ବଣ୍ଟନ  କରିଥିଲେ ।

ଛେନାପୋଡ଼, ରସଗୋଲା, ରାବିଡ଼ି, ରସମଲାଇ, କ୍ଷୀରସାଗର , ଫ୍ରାଏଡ଼ ଛେନାଗଜା, ଆଦି ବିଭିନ୍ନ ପ୍ରକାରର ମିଠା ଆଶ୍ରମରେ ବଣ୍ଟନ କରି ପାଳିଥିଲେ ରସଗୋଲା ଦିବସ । ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାରେ ମହାପ୍ରଭୁ ନବଦିନାତ୍ମକ ଯାତ୍ରା ପାଇଁ ମାଉସୀମା ଘରକୁ ଯାଇଥିାନ୍ତି। ତେବେ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରକୁ ଫେରିବା ସମୟରେ ମା ମହାଲକ୍ଷ୍ମୀ ବାଟ ଓଗାଳିଥାନ୍ତି। ତେଣୁ ମହାପ୍ରଭୁ ରସଗୋଲା ଦେଇ ମା ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିଥାନ୍ତି। ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ରସଗୋଲା ସମ୍ପର୍କରେ ମଧ୍ୟ ଅନେକ ତଥ୍ୟ ରହିଛି। ଏହାଛଡା ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲାର ବେଶ ମହତ୍ତ୍ୱ ରହିଛି।