ଅନୁଗୋଳ ଜିଲ୍ଲା ତୁରଙ୍ଗ ଗ୍ରାମ ପଞ୍ଚାୟତ ରେ ଆଜି ବିଭିନ୍ନ ପ୍ରକଳ୍ପ ଉଦଘାଟନ ସହ ଭୂମିପୂଜନ କଲେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା । ସମୂଲପୁର ସାଂସଦ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ କର କମଳରେ ନୂତନ ଇନ୍ଦ୍ରହରି ନଗର ଜନ କଲ୍ୟାଣ ସୋସାଇଟି କମ୍ୟୁନିଟି ସେଣ୍ଟର ଗୃହ ଉଦଘାଟନ ହୋଇ ଯାଇଛି। ସୂଚନା ଯେ, ଆଜି ତୁରଙ୍ଗ ଗ୍ରାମ ପଞ୍ଚାୟତ ଇନ୍ଦ୍ରହରି ନଗର ଠାରେ ନୂତନ ଭାବେ ଏକ କମ୍ୟୁନିଟି ସେଣ୍ଟର ର ଗୃହ କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ କାରାକୋରମ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି। ଏହି ପରିପେକ୍ଷୀରେ ରାଧାକୃଷ୍ଣ ମନ୍ଦିର ଏବଂ ଭାଗବତ ପାଠାଗାର ଭୂମି ପୂଜନ ମଧ୍ୟ ଅନୁଷ୍ଠିତ ହୋଇ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ତୁରଙ୍ଗ ସରପଞ୍ଚ ସମରେନ୍ଦ୍ର ଦେହୁରୀ, ବିଧାୟକ ଙ୍କ ବଅଁରପାଳ ବ୍ଲକ ପ୍ରତିନିଧି ସରୋଜ କୁମାର ଦେବତା, ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରତିମା ମିଶ୍ର, ନାଏବ ସରପଞ୍ଚ ପ୍ରତିମା ବେହେରା, ତୁରଙ୍ଗ ଗ୍ରାମ ସଭାପତି ସନ୍ତୋଷ କୁମାର ଥମ୍ବ, ଇନ୍ଦ୍ରହରି ନଗର ଜନ କଲ୍ୟାଣ ସୋସାଇଟି ସଭାପତି ରାଜ କିଶୋର୍ ଦାସ, ସମ୍ମାନୀୟ ଅତିଥି ଭରତ ଚନ୍ଦ୍ର ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇଥିଲା।