ଆଜି କାଲି ସୋସିଆଲ ମିଡିଆରେ ଅନେକ ଘଟଣା ଭାଇରାଲ ହେବାରେ ଲାଗିଛି । ଉତ୍ତରପ୍ରଦେଶର ପ୍ରୟାଗରାଜର ସଫେଇ କର୍ମଚାରୀ ଅଲୋକ ମୌର୍ଯ୍ୟ ଓ ତାଙ୍କ ସ୍ତ୍ରୀ ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ ମଧ୍ୟରେ ବିବାଦ ଘଟଣା ମଧ୍ୟ ବେଶ୍ ଭାଇରାଲ ହେଉଛି । ସେହିପରି ଆଉ ଏକ ଘଟଣା ମଧ୍ୟ ବିହାରର ବୈଶାଳୀରେ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ବହୁ କଷ୍ଟରେ ଟଙ୍କା ଏକାଠି କରି ପାଠପଢାଇଥିଲେ । ପାଠ ପଢି ସ୍ତ୍ରୀ ଶିକ୍ଷୟିତ୍ରୀ ଚାକିରି ମଧ୍ୟ କରିଦେଇଥିଲେ । ଶିକ୍ଷୟିତ୍ରୀ ହୋବା ପରେ ସ୍ତ୍ରୀ ଯେଉଁ ସ୍କୁଲରେ ପାଠପଢାଉଥିଲେ ସେହି ସ୍କୁଲର ପ୍ରଧାନଶିକ୍ଷକଙ୍କ ସହିତ ସ୍ୱାମୀ ଓ ୨ପିଲାଙ୍କୁ ଛାଡି ଫେରାର ହୋଇଯାଇଛନ୍ତି । ଏହା ବିହାରର ବୈଶାଳୀ ଜିଲ୍ଲା ଜନ୍ଦାହା ଥାନା ଅଞ୍ଚଳସ୍ଥ ମହିପୁରା ଗ୍ରାମରେ ଘଟିଥିବା କୁହାଯାଉଛି । ଏହି ଅଞ୍ଚଳରେ ବସବାସ କରୁଥିବା ଚନ୍ଦନ ନମାକ ଜଣେ ବ୍ୟକ୍ତି ଯେକି ୧୩ ବର୍ଷ ପୂବେ ସରିତାଙ୍କୁ ପ୍ରେମ ବିବାହ କରିଥିଲେ । ସରିତାଙ୍କ ଆଗକୁ ପାଠପଢ଼ା ପ୍ରତି ରୁଚି ଥିବା ଦେଖି ସେ ଟଙ୍କା ଏକାଠି କରି ସ୍ତ୍ରୀକୁ ପାଠପଢ଼ାଇଥିଲେ। ୨୦୨୨ରେ ସରିତା ସରକାରୀ ଶିକ୍ଷୟିତ୍ରୀ ଭାବେ ଚାକିରି ପାଇଯାଇଥିଲେ। ଚାକିରି କରିବାର ଦେଢ଼ବର୍ଷ ପରେ ସ୍କୁଲର ପ୍ରଧାନଶିକ୍ଷକଙ୍କ ସହିତ ସେ ଫେରାର ହୋଇଯାଇଥିବା ସ୍ବାମୀ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଚନ୍ଦନ ଚନ୍ଦାହା ଥାନାରେ ଜୁଲାଇ ୭ ତାରିଖରେ ସ୍ତ୍ରୀ ଓ ସ୍କୁଲ ପ୍ରଧାନଶିକ୍ଷକ ରାହୁଲ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏଥିସହିତ ସ୍ତ୍ରୀକୁ ଫେରାଇ ଆଣିବା ପାଇଁ ପୁଲିସକୁ ଅନୁରୋଧ ବି କରିଛନ୍ତି।