କେନ୍ଦ୍ର ସରକାର ଲଞ୍ଚ କରିବେ ସଭାସାର, ପ୍ରତି ପଞ୍ଚାୟତ କାର୍ଯ୍ୟରେ AI ର ହେବ ବ୍ୟବହାର

ପଞ୍ଚାୟତି ରାଜ ମନ୍ତ୍ରଣାଳୟ ଆଜି ‘ସଭାସାର’ ଲଞ୍ଚ କରିବାକୁ ଯାଉଛନ୍ତି, ଏକ କୃତ୍ରିମ ବୁଦ୍ଧିମତ୍ତା ବା (AI)-ଚାଳିତ ବୈଠକ ସାରାଂଶ ଉପକରଣ ଯାହା ଗ୍ରାମସଭା କିମ୍ବା ଅନ୍ୟ ପଞ୍ଚାୟତ ବୈଠକ କିମ୍ବା ଉନ୍ନତି କରଣ କାର୍ଯ୍ୟ ରେ ବ୍ୟବହାର ହେବ । ଆଜି ନୂଆଦିଲ୍ଲୀରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲାଲନ ସିଂହ ଏବଂ କେନ୍ଦ୍ର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି.ସିଂହ ବାଘେଲଙ୍କ ଉପସ୍ଥିତିରେ ଏହି ଶୁଭାରମ୍ଭ ହେବ। ସଭାସାର କାର୍ଯ୍ୟ ହେଉଛି କଥିତ ଆଲୋଚନାକୁ ଲିପିବଦ୍ଧ କରିବା, ମୁଖ୍ୟ ନିଷ୍ପତ୍ତି ଏବଂ କାର୍ଯ୍ୟ ବିନ୍ଦୁ ଚିହ୍ନଟ କରିବା ଏବଂ ଭଲ ଭାବରେ ଫର୍ମାଟେଡ୍ ବୈଠକ ବିବରଣୀ ପ୍ରସ୍ତୁତ କରିବା ପାଇଁ ଉନ୍ନତ AI ଏବଂ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ (NLP) ପ୍ରଯୁକ୍ତିବିଦ୍ୟା । ଏହି ଉପକରଣ ବର୍ତ୍ତମାନ 13ଟି ଭାରତୀୟ ଭାଷା ରେ ରହିଛି, ପରେ  ଭାଷା ସଂଖ୍ୟା ମଧ୍ୟ ଧୀରେ ଧୀରେ ବୃଦ୍ଧି କରାଯିବ ।ପଞ୍ଚାୟତିରାଜ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ୧୫ ଅଗଷ୍ଟ ୨୦୨୫ରେ ହେବାକୁ ଥିବା ସ୍ୱତନ୍ତ୍ର ଗ୍ରାମସଭା ପାଇଁ ବୈଠକର ବିବରଣୀ ପ୍ରସ୍ତୁତ କରିବା ପାଇଁ ସଭାସାର ଉପକରଣ ବ୍ୟବହାର କରିବାକୁ ଅନୁରୋଧ କରିଛି। ପ୍ରଥମ ପଦକ୍ଷେପ ସ୍ୱରୂପ ତ୍ରିପୁରାର ସମସ୍ତ ୧୧୯୪ ଜିପି (ପାରମ୍ପରିକ ସ୍ଥାନୀୟ ସଂସ୍ଥା ସମେତ) ଏହି ସ୍ୱତନ୍ତ୍ର ଗ୍ରାମସଭା ପାଇଁ ବିବରଣୀ ପ୍ରସ୍ତୁତ କରିବା ପାଇଁ ଏହି ଉପକରଣ ବ୍ୟବହାର କରିବେ। ସଭାସାର ଏକ ପଦକ୍ଷେପ ଯାହା  ଗଣତନ୍ତ୍ରକୁ ଆହୁରି ମଜବୁତ କରିବା ସହ ସ୍ଥାନୀୟ ଶାସନରେ ଦକ୍ଷତା ବୃଦ୍ଧି କରିବା ପାଇଁ ଡିଜିଟାଲ୍ ଉଦ୍ଭାବନକୁ ସୁନିଶ୍ଚିତ କରିବ । ମାନୁଆଲ୍ ଡକ୍ୟୁମେଣ୍ଟେସନ୍ ପାଇଁ ଆବଶ୍ୟକ ସମୟ ଏବଂ ପ୍ରୟାସକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରି, ସଭାସାର ପଞ୍ଚାୟତ ଅଧିକାରୀମାନଙ୍କୁ ସ୍ୱଚ୍ଛତା ଏବଂ ଦାୟିତ୍ୱ ସୁନିଶ୍ଚିତ କରିବା ସହିତ ଶାସନ ଏବଂ ସେବା ପ୍ରଦାନ ଉପରେ ଧ୍ୟାନ ଦେବାକୁ ସକ୍ଷମ କରିବ ।