ସଂସଦର ବିଶେଷ ଅଧିବେଶନ ଡାକିଲେ କେନ୍ଦ୍ର ସରକାରସେପ୍ଟେମ୍ବର ୧୮ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ

ନୂଆଦିଲ୍ଲୀ : ସଂସଦର ବିଶେଷ ଅଧିବେଶନ ଡାକିଲେ କେନ୍ଦ୍ର ସରକାର । ଏହି ବିଶେଷ ଅଧିବେଶନ ସେପ୍ଟେମ୍ବର ୧୮ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୫ଟି ବୈଠକ ବସିବ । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଏହା ୧୭ତମ ଲୋକସଭାର ୧୩ତମ ଓ ରାଜ୍ୟସଭାରେ ୨୬୧ ଅଧିବେଶନ ହେବ । ଦିଲ୍ଲୀରେ ଜି-୨୦ ବୈଠକ ସେପ୍ଟେମ୍ବର ୯ ଓ ୧୦ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଏହି ବୈଠକ ବସିବ ।

ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ନେଇ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ୍ । ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ଆଗକୁ ଶୀତକାଳୀନ ଅଧିବେଶନ ହେବାକୁ ଥିବାବେଳେ ହଠାତ୍ ଏପରି କଣ ଏମର୍ଜେନ୍ସି ପଡ଼ିଲା ଯେ ସରକାର ସ୍ବତନ୍ତ୍ର ଅଧିବେଶନ ଡକାଇଲେ ? ଜଣାନାହିଁ, ସରକାରଙ୍କ କଣ ଅଭିପ୍ରାୟ, ବୋଧହୁଏ ପ୍ରଧାନମନ୍ତ୍ରୀ ମୋଦୀଙ୍କ କୌଣସି ନୂଆ ଯୋଜନା ଥିବ । ପୁରୁଣା କୋଠାରୁ ନୂଆ କୋଠାକୁ ଯିବା, ପୂଜା ପାଠ କରିବା ଇତ୍ୟାଦି… କିଛି ଅଜବ କରିବା ପାଇଁ ମୋଦୀଙ୍କ ଯୋଜନା ଥବ । ଆପଣଙ୍କର ଭିନ୍ନ ଧାରଣା ଥାଇପାରେ, କିନ୍ତୁ ଏହା ଅଜବ ଲାଗୁଛି ।