ଗୋଆରେ ଗ୍ଲାମର ଇଣ୍ଡଷ୍ଟ୍ରିଜର ସେଲିବ୍ରେଟୀ

ହରାଭରା ଷ୍ଟାଡିୟମ୍ । ୪୫ ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦ୍ଘାଟନ ସମାରୋହ । ଭିଡରେ ହୋସ୍ ଉଡାଇଲେ ବିଲିଉଡ୍ର ମୋହିନୀ ମାଧୁରୀ । ଧକ୍ ଧକ୍ ଗାର୍ଲଙ୍କ ପାଇଁ ଦିୱନ ପାଲଟି ଯାଇଥିଲା ସାରା ଷ୍ଟାଡିୟମ୍ । କାର୍ଯ୍ୟକ୍ରମରେ ସାହିଦ୍ କପୁର ଥିଲେ । ଶ୍ରେୟା ଶରଣ ଓ ନୁସୁରତ ଭରୁଚା ପ୍ରମୁଖ ଯୋଗ ଦେଇଥିଲେ । ସାରା ଅଲ୍ଲୀ ଖାନ୍, ପଙ୍କଜ ତ୍ରିପାଠୀ ଓ ବିଜୟ ସେତୁପଥୀଙ୍କ ଅପ୍ କମିଙ୍ଗ ଫିଲ୍ମର ଫାଷ୍ଟ ଲୁକ୍ ଉନ୍ମୋଚନ ହୋଇଥିଲା । ସନ୍ନୀ ଦେଓଲ୍, କରଣ ଜୋହର, ଶାନ୍ତୁନୁ ମୈତ୍ର, ଶୈୟା ଘୋଷାଲ ଓ ସୁଖ୍ ବିନ୍ଦର ସିଂହ ମଧ୍ୟ ଉତ୍ସବରେ ସାମିଲ୍ ଥିଲେ । ନିଜ ଫିଲ୍ମର ହିଟ୍ ଗୀତରେ କିନ୍ତ ହଟ୍ ହାୱା ଖେଳାଇ ଥିଲେ ମାଧୁରୀ ଦୀକ୍ଷିତ୍ । ଆଇ.ଏଫ୍.ଏଫ୍.ଆଇ ପ୍ରତିବର୍ଷ ପାଳନ କରୁଛି ଏହି ଉତ୍ସବ । ଚଳିତ ବର୍ଷ ଉଦ୍ଘାଟନ ପର୍ବରେ ଅତିଥୀ ଥିଲେ କେଂଦ୍ର ସୂଚନା ଓ ପ୍ରସାରଣ ମଂତ୍ରୀ ଅନୁରାଗ ସିଂହ ଠାକୁର । ଭାରତୀୟ ସିନେମା, ଭାରତୀୟ ସଂସ୍କୃତିର ଅଂଶ ବିଶେଷ । ଚଳଚ୍ଚିତ୍ର ଜଣେ କଳାକାରକୁ ଅନେକ କିଛି ଦେଇଥାଏ । କଳାକାର ପାଇଁ ତାର ଋଣ ଶୁଝିବାର ଶ୍ରେଷ୍ଟ ମାଧ୍ୟମ ହେଉଛି ସଂଗୀତ ଓ ନୃତ୍ୟ ପ୍ରଦର୍ଶନ । ଯାହା କହିଥିଲେ ମାଧୁରୀ, ମଂଚରେ ସମ୍ମାନିତ ହେବା ଅବସରରେ । ମାଧୁରୀଙ୍କୁ ସମ୍ମାନିତ କରିଥିଲେ କେଂଦ୍ରମଂତ୍ରୀ ଅନୁରାଗ ସିଂହ ଠାକୁର । ଆଇ.ଏଫ୍.ଏଫ୍.ଆଇ ପ୍ରତିବର୍ଷ ତାର କାୟା ବିସ୍ତାର କରୁଛି । ଦେଶର ବିଭିନ୍ନ ପ୍ରାନ୍ତରୁ ନିର୍ମାତା ନିର୍ଦେଶକ ଆସୁଛନ୍ତି । ବିଶ୍ୱ ସ୍ତରୀୟ ସିନେମା ପ୍ରଯୋଜନା ସହିତ ଭାରତୀୟ ସିନେମାର ସମ୍ପର୍କ ସ୍ଥାପନ ହୋଇଛି । ଗୋଆ ମେରିୟଟ୍ ରିସୋର୍ଟରେ ଦକ୍ଷିଣ ଏସିଆର ବୃହତ ଚଳଚ୍ଚିତ୍ର ବଜାରକୁ ଉଦଘାଟନ କରିଥିଲେ କେଂଦ୍ରମଂତ୍ରୀ ଅନୁରାଗ ସିଂହ ଠାକୁର । ସୃଜନଶୀଳତା ଓ ବ୍ୟବସାୟ, ଧାରଣା ଓ ପ୍ରେରଣାର ଏକ ସମ୍ମିଶ୍ରଣ ବୋଲି କହିଥିଲେ । ଚଳିତ ବର୍ଷ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ମାଇକାଲ୍ ଡଗ୍ଲାସଙ୍କୁ ସତ୍ୟଜିତ୍ ରାୟ ଲାଇଫ୍ ଟାଇମ୍ ଆଚିଭ୍ମେଂଟ୍ ଆୱାର୍ଡ ପ୍ରଦାନ କରା ଯାଉଛି । ଖୋଲା ହୃଦୟରେ ଦର୍ଶକ ଦେଖୁଛନ୍ତି ଅନେକ ତାରକାଙ୍କ ପ୍ରଫରମାନ୍ସ ।