ଭଦ୍ରକ (ରିର୍ପୋଟ ସେକ ଫଇଜାନ କାଦରୀ) : ବିଜୁ ଜନତା ଦଳ ତରଫ ରୁ ୨୫ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଭଦ୍ରକ ସହର ଜନ ସମୁଦ୍ର । ଭଦ୍ରକ ର ବିଧାୟକ ଶ୍ରୀଯୁକ୍ତ ସଂଜୀବ ମଲ୍ଲିକ ଙ୍କ ଆଦର୍ଶ କୁ ପାଳନ କରି ଆଜି ପ୍ରଥମେ ଚରମ୍ପା ଅଗ୍ରେସନ ଭବନ ନିକଟ ରୁ ଏକ ରାଲି ଆରମ୍ଭ ହୋଇଥିଲା ଏହି ରାଲିରେ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଏବଂ ବିଭିନ୍ନ ୱାର୍ଡ ର ସମିତି ସଭ୍ୟ ଙ୍କ ସହ କାଉନ୍ସିଲର ଏବଂ ଭଦ୍ରକ ବିଧାୟକ ଏକ ବିଶାଳ ରାଲି ରୁ ବାରି ନେହେରୁ ଷ୍ଟାଡିୟମ ଠାରେ ପହଞ୍ଚି ଥିଲେ ତାହା ସହ ହଜାର ହଜାର ଲୋକ ଙ୍କ ଭିଡ ଏହି ରାଲି ରେ ଦେଖିବାକୁ ମିଳିଥିଲା ଏଥିରେ ଭଦ୍ରକ ବିଧାୟକ ଙ୍କ ସମେତ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ ଜେନା,ଜିଲ୍ଲା ଯୁବ ବିଜେଡି ସଭାପତି ଶ୍ରୀଯୁକ୍ତ ମୁକୁନ୍ଦଦେବ ସାମଲ,ବ୍ଲକ ଅଧକ୍ଷା ଶ୍ରୀମତୀ ଉର୍ମିଳା ନାୟକ, ଓ ଭଦ୍ରକ ନିର୍ବାଚନ ମଣ୍ଡଳୀ ର ସମସ୍ତ ବରିଷ୍ଠ, ଯୁବ ,ଛାତ୍ର, ମହିଳା ଉପସ୍ଥିତରେ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି।।